STORYMIRROR

PRANATI MAHAPATRA

Others

3  

PRANATI MAHAPATRA

Others

ଦେବଗଡ଼ ଯିବା ବୁଲି

ଦେବଗଡ଼ ଯିବା ବୁଲି

1 min
50



ଦେବଗଡ଼ ଜିଲ୍ଲା ଆମ ଓଡ଼ିଶାର

ଉତ୍ତର ପଶ୍ଚିମେ ଅବସ୍ଥିତ,

ମୁଖ୍ୟ ସହର ତା'ର ଦେବଗଡ଼

ଐତିହ୍ୟ କୀର୍ତ୍ତି ରେ ଭୂଷିତ।(୧)

ଇତିହାସ କହେ ସମ୍ବଲପୁର ରୁ

ଅଲଗା ଯେ ହୋଇଅଛି,

୧୯୯୪ ଜାନୁଆରୀ ପହିଲାରୁ

ଦେବଗଡ଼ ଜିଲ୍ଲା ହୋଇଛି।(୨)

ଭୂଗୋଳ ଜଣାଏ ଆୟତନ ତା'ର

୨,୭୮୨ବର୍ଗ କିଲୋମିଟର,

୩,୧୨,୧୬୪ ଠାରୁ ଅଧିକ

ଲୋକ ସଂଖ୍ୟା ଏହାର।(୩)

ଦେବଗଡ଼ ପରା ସଦର ମହକୁମା

ତା'ର ତିନୋଟି ତହସିଲ,

ବାରକୋଟ ଆଉ ଦେବଗଡ଼ ପୁଣି

ଅଟଇ ଯେ ରିଆମାଳ।(୪)

ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଅଟଇ

ପ୍ରଧାନ ପାଟ ତା ନାମ,

ଜଳପ୍ରପାତ ଯେ ଅତି ମନୋରମ

ଅତି ସାତ ଜଳକୁଣ୍ଡ।(୫)

ଦେବଗଡ଼ ର ପୁରୁଣା ଗଡ଼ରେ 

ଅଛି ଏକ ବଟବୃକ୍ଷ,

ନୁହଁଇ ସମାନ ଅନ୍ୟ ବୃକ୍ଷ ଭଳି

ଓଲଟା ଏହାର ପତ୍ର।(୬)

ବ୍ରିଟିଶ ଅମଳର ରାଜକୀୟ ରାଜ୍ୟ

ଅଟେ ବାମଣ୍ଡା ବା ବାମରା,

ସେ ସମୟରେ ଆମ ଦେବଗଡ଼

ତା'ର ରାଜଧାନୀ ଥିଲା।(୭)

ଇତିହାସ କହେ ଦେବଗଡ଼ ରାଜା

ପାଟଣାର ରାଜପୁତ,

ଭୂୟାଁ ଖୋଣ୍ଡ ମାନେ ଚୋରିକରି ଆଣି

କରାଇଥିଲେ ଶାସକ।(୮)

ଆମ ଦେବଗଡ଼ ଭାରୀ ସୁନ୍ଦର

ଆମକୁ ଲାଗେ ବଢିଆ,

ଦେବଗଡ଼ ସରକାରୀ ଭାଷା ପରା

ଅଟେ ହିନ୍ଦୀ ଆଉ ଓଡ଼ିଆ।(୯)

ପୁରାଣ ଗାଉଛି ଦେବଗଡ କୀର୍ତ୍ତି

ଆଉ ଐତିହ୍ୟ ଗୌରବ,

ବାନର ସନ୍ଧାନୀ ମାତା ସୀତାଙ୍କର

ଭୁଲିଗଲେ ବନ ପଥ।(୧୦)

ସାହିତ୍ୟିକ କବି ଲେଖକ ବୀରଙ୍କ

ସାଧନା ପୀଠ ଏ ଜିଲ୍ଲା,

ଲେଖନୀ ମୁନକୁ ତୀକ୍ଷଣ କରି

ସାହିତ୍ୟ ସମୃଦ୍ଧି ହେଲା।(୧୧)

ଗୋପକର୍ଣ୍ଣେଶ୍ଵର ସୁଦୟାରୁ 

ଦେବଗଡେ ସର୍ବ ଶୁଭ ହୁଏ,

ଗଣେଶ ଚତୁର୍ଥୀ ଦଣ୍ଡନୃତ୍ୟ ଏଠି

ଜନମନ ମୋହି ନିଏ।(୧୨)


Rate this content
Log in