STORYMIRROR

pranati Mahapatra

Others

3  

pranati Mahapatra

Others

ଦେବ ସନ୍ତାନ

ଦେବ ସନ୍ତାନ

1 min
313

କିଏ କହିଲା ସେ ବିକଳାଙ୍ଗ ବୋଲି

ସେ ଦୁନିଆଁକୁ ବୁଝେନାହିଁ,

ବାହ୍ୟ ଜଗତକୁ ଦେଖେ ନାହିଁ ସିନା

ସବୁ ଅନୁଭବ କରୁଥାଇ।

ମୁକ ହୋଇ ସିନା କଥା କହେ ନାହିଁ

ଅଙ୍ଗଭଙ୍ଗୀ ତା ମହତ,

ବଧିର ହୋଇ ସେ ଶୁଣେ ନାହିଁ ହେଲେ

ଚିନ୍ତା ଧାରା ତା ଉନ୍ନତ।

ଦେଖି ଶୁଣି କହି ପାରେ ନାହିଁ ସିନା

ଅତି ଆପଣାର କରି ନିଏ,

ସ୍ନେହ ଶ୍ରଦ୍ଧା ଭଲପାଇବା ତାଙ୍କଠୁ

ଅଧିକ ବୁଝିଛି କିଏ।

ଏଇ ଶିଶୁ ଆଜି ଶିଶୁ ଅଛି ବୋଲି

ଜଣା ପଡୁ ନାହିଁ କିଛି,

କାଲି ବଡ଼ ହୋଇ ଏ ଦେଶ ପାଇଁ

 ଗୌରବ ଆଣିବ ବିଶ୍ୱାସ ଅଛି।

ପାପକଥା,ଅସତ୍ କର୍ମଠାରୁ ଦୂରରେ

 ସେ ଅଛି ବହୁଦୂରେ।

ସ୍ଵଛ ପବିତ୍ର ହୃଦୟ ତାଙ୍କର ଛଳନାର

ବାସା ନାହିଁ ପାଖରେ।

ନିର୍ମଳ ଚିତ୍ତରେ କିଛି ହିଁ ନ ଭାବି

ଅତି ନିଜର କରନ୍ତି,

ମାଆ ବାପା ଭାଇ ବନ୍ଧୁ ସହୋଦର

ଜ୍ଞାନେ ଆଦରି ନିଅନ୍ତି।

ଏଇମାନେ ପରା ଆଜିର ଯୁଗରେ

ଦେବଶିଶୁ ଆମ ପାଇଁ,

ଆସ ସର୍ବେମିଳି ସେ ଦେବଶିଶୁଙ୍କୁ

ନେଇ ହେବ ହେବା କୋଳାକୋଳି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍