STORYMIRROR

Ranjan Kumar Brahma

Others

4.8  

Ranjan Kumar Brahma

Others

ଡି ଏମ ୟୁ (D M U )

ଡି ଏମ ୟୁ (D M U )

1 min
2.5K


ଜୀବନ ମାନେ ଡ଼ି ଏମ ୟୁ,


ସମୟ ସ୍ରୋତରେ


କେତେବେଳେ ଆଗକୁ


ଟାଣି ହୋଇ ଯାଏ ତ


ଆଉ କେତେବେଳେ


ପଛକୁ । (୧)


କେଇଟା ବର୍ଷ ବଞ୍ଚିବାଯେ


ତାରି ଭିତରେ ପୁଣି


ଅମାନିଆ ବୟସର ଧୃଷ୍ଟତା


ନ କହିବା ଭଲ ।


ଗୋଟିଏ ଜୋଅସ ରେ ଆସି


ଗୋଟିଏ ପରେ ଗୋଟିଏ


ସବୁ କିଛି କରିଯାଉ


ସମସ୍ତଙ୍କୁ ପଛରେ ପକାଇ ଦେଉ


କିଛି ଦୂରରେ ଜୀବନ ଖୁଣ୍ଟ ଉପରେ


ସବୁଜ ସଂକେତ ପାଇବା ପରେ, ଭାବୁ ......


ସୂର୍ଯ୍ୟଙ୍କୁ ମୁଠେଇ ଧରିବା


ଆମ ବାଆଁ ହାତର ଖେଳ । (୨)


ଲାଲ ସଂକେତ ସେହି ମୁଣ୍ଡରେ ପାଉ


ଯେଉଁଠି ପାଇଥିଲେ ସବୁଜ ସଂକେତ ।


ଅଧ ରାସ୍ତାଟିରେ ଅଟକି ଯାଇ ଧରିନେଉ....


ସଂସାରରେ ଯଦି କେହି ଦୁଃଖୀ ଥାଏ


ସେହି ଜଣକ କେବଳ ' ମୁଁ ' ।


ଆଉ ଯଦି କେହି ଅସୁନ୍ଦର, ଅଭଦ୍ର,


ବୋକା ଓ ଅଳସୁଆ ଥାଆନ୍ତି


ସେହି ଜଣକ ବି 'ମୁଁ ' । (୩)


ସେଇଠୁ ପୁଣି ଠେଲି ହେଉ


ଆମ ସେହି ପିଲା ବେଳର


ସାଙ୍ଗ ସାଥି ମେଳାକୁ


ଯେଉଁଠି ସର୍ବଦା


ସତ୍ୟ, ଶିବ ଓ ସୁନ୍ଦର ବିରାଜୁ ଥିଲେ ।


ଆମ ପାଇଁ ବାପା ମା ତିଆରି ଥିବା


ଗୋବର ଲେସା ଉଚ୍ଚା ପିଣ୍ଡା ମାଟି ଘରକୁ


ଯେଉଁଠି ଶାନ୍ତି, ଖୁସି ଓ ଆତ୍ମୀୟ ସୃଜନ ଥିଲେ।


ଆମର ସେହି ସବୁଜ ସୁନ୍ଦର ଗାଁ କୁ


ତା ଭିତରକୁ ଲମ୍ବୀଥିବା ଧୂଳିଆ ରାସ୍ତାକୁ


ଯେଉଁଠି ଆମେ ଖେଳୁଥିଲେ


କୁ...... ଉ..... ଉଁ .....


ଛୁକ୍ ଛୁକ୍ ଛୁକ୍ ଛୁକ୍ । (୪)


ରଞ୍ଜନ କୁମାର ବ୍ରହ୍ମା, ଶିକ୍ଷକ, ଚିକିଟୀ ଗଡ଼ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍