STORYMIRROR

Sunanda Mohanty

Others

3  

Sunanda Mohanty

Others

ଢ଼ଗଢ଼ମାଳି

ଢ଼ଗଢ଼ମାଳି

1 min
185


ତୁଚ୍ଛାକୁ ରାଧା ଲାଗୁଛି ବାଧା 

କହ୍ନେଇ ଗଲାଣି ଗୋପରେ ବାଧା 

ମାଆ ଯଶୋଦା କାହାକୁ କରିବ ଶରଧା 

ମଥୁରାରେ କାହ୍ନୁ ଦେବକୀ ପାଖରେ ସିଧା 

ଗୋପପୁର ନରନାରୀ ବଜାଇ ଶଙ୍ଖମହୁରୀ 

ଆସିବକି ଆଉ କାଳିଆ ସୁନା ଏଠାକୁ ଫେରି 

କୃଷ୍ଣ ଗଲାଦିନୁ ଯମୁନା ପାଣି ତ ସ୍ଥିର 

ରାଧା ମନେ ନାହିଁ ସରସ ହଉଛି ଅସ୍ଥିର 

ଗୋପ ଗୋପାଳୁଣୀ ବାଳି ମନେ ହୁଅନ୍ତି ଭାଳି 

କାହ୍ନୁ ଥିଲା ବୋଲି ଗୋପ ପଡୁଥିଲା ଉଛୁଳି 

ସାଙ୍ଗମାନେ ଯେତେ ସୁଦାମ ସୁବଳ ଆଦି 

ଝୁରନ୍ତି କଳାକାହ୍ନୁ ସେତ ଅନନ୍ତ ଅନାଦି 

ଦହି ହାଣ୍ଡି ନେଇ ଗୋପରବାଳି କରନ୍ତି କଳି

ଅନ୍ନ ରୁଚୁନାହିଁ ପଡିଛି ସବୁରି ଥାଳି 

ନନ୍ଦ କାନ୍ଦନ୍ତି କୋଳ ହେଲା ମହା ଶୁନ୍ୟ

କାହ୍ନୁ ଗଲା ଯେବେ ମଥୁରାକୁ ବୃନ୍ଦାବନ 

ଶ୍ରୀହୀନ ଆଜି ଗୋପ ନଗରୀ

ସବୁନାଗରୀ ଲଳିତା ବିଶାଖା କୁଞ୍ଜକୁଡାକନ୍ତି ଆଫେରି 

ଆସୁନି ରାଧା ପିନ୍ଧୁନିକଜ୍ଜ୍ୱଳ ବସେ ମନମାରି 

ସଖି ହସୁଛନ୍ତି କେବେ କିରି କିରି 

କେବେ ବି ବାୟାଣୀ ପରି 

କାହ୍ନୁ ଗଲା ଦିନୁ ଗୋପ ହୋଇଛି ହତଶିରୀ 

କାହାକୁ କହିବ ଵିଧାତା ଲିଖନ 

କେ କରିବ ଆନ, ସବୁ ଖେଳ କରନ୍ତି ହରି 

ଆ ଯିବା ସାଙ୍ଗ କରିବାକୁ ହାରି ଗୁହାରୀ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍