STORYMIRROR

Santosh Pattnayak

Others

3  

Santosh Pattnayak

Others

ଡ଼ାଟା ଦେଇଗଲା ଡ଼ଲି

ଡ଼ାଟା ଦେଇଗଲା ଡ଼ଲି

1 min
11.5K


ବତୁରା ଚାଉଳ ପୋକରା ଡାଲି 

      ଛାତରୁ ଖସୁଚି ବାଲି 

 ମାଷ୍ଟ୍ରେ କହୁଥିଲେ ଦିନଟା ଚଳୁ 

     ଦେଖିବା ଆସିଲେ କାଲି 


କେତେ ଦିନ ପରେ ଇସ୍କୁଲ ପଡିଆ

    ସଫା ଟିକେ ହେଲା ବୋଲି 

 ଆମ ଗାଁ ମାଧିଆ ଫୋଓଟ ଖେଞ୍ଚୁଛି 

    ହାତେ ଧରି ମୋବେଇଲି     

ଆମ ସାହି ପଟ ଇସ୍କୁଲ କବାଟ 

   ଭଙ୍ଗା ଟିକେ ଅଛି ବୋଲି 

 ସନିଆଇ ସାଥେ ନସର ଫସର 

    ହେଉଥିଲା ଝଲମଲି 

 

ସଙ୍ଗରୋଧ ଏବେ ମଙ୍ଗନ ସେଣ୍ଟର୍

    କହୁଥିଲା କାଲି ଡଲି 

 କୁଜିନେତା ଏବେ ପାୱାର ଫୁଉଲୁ

     ପକେଟ ଭରୁଚି ବୋଲି 

ନିଇତି ଦେଖୁଛି ଘର ଭିତରୁ ମୁଁ '

    ଝରକାକୁ ଟିକେ ଖୋଲି 

 ଆହୁରି ରହିଲା ଅନେକ ବିଷୟ 

     କହିବି ଖୋଲିକି କାଲି ......


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍