Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Akshay Kumar Behera

Others

5.0  

Akshay Kumar Behera

Others

ଦ୍ବିତୀୟ ଶ୍ରୀକ୍ଷତ୍ର

ଦ୍ବିତୀୟ ଶ୍ରୀକ୍ଷତ୍ର

1 min
316



ମୟୂରଭଞ୍ଜର ବାରିପଦା ଜଣା

ଅଟେ "ଦ୍ବିତୀୟ ଶ୍ରୀକ୍ଷେତ୍ର",

ଅଗଣିତ ଭକ୍ତ ପ୍ରଭୁ ଦରଶନେ

ପବିତ୍ର କରନ୍ତି ନେତ୍ର ।୧।


ପୁରୀ ଠାରେ ଯାଇ ଭଞ୍ଜ ମହାରାଜା

ହେଲେ ବୋଲି ଅସମ୍ମାନ,

ନିର୍ମଳ ପବିତ୍ର ଭକ୍ତି ହୃଦୟରେ

ଜଣାଇଲେ ଦେଇ ମନ ।୨।


ପ୍ରଭୁଙ୍କ ଆଦେଶେ ମନ୍ଦିର ଗଢିଲେ

ତ୍ରିମୂର୍ତ୍ତିଙ୍କୁ ସ୍ଥାନ ଦେଲେ,

ମହାପ୍ରଭୁ ଯାହା ସ୍ବପ୍ନେ କହିଥିଲେ

ସେଇ ନିତି ପ୍ରଚଳିଲେ ।୩।


ବରଷକୁ ଥରେ ରଥଯାତ୍ରା ପାଇଁ

ଭିଡ କରନ୍ତି ଭକତ,

ବାରିପଦା ରଥ ପୁରୀ ରଥଯାତ

ପରଦିନ ଚାଲେ ରଥ ।୪।


ଗୋଟିଏ ଠାକୁର ଦୁଇଟି ରଥକୁ

ପାରିବେନି ବୋଲି ଯାଇ,

କାଳିଆ ସପନେ ରାଜାଙ୍କ କାନରେ

ଏଇ ନୀତି ଗଲେ କହି ।୫।


ପନ୍ଦର ଶହ ପଚସ୍ତରୀ ମସିହା

ବେଳୁ ଏ ପର୍ବ ହେଉଛି,

ବର୍ଷ ବର୍ଷ ଧରି ଆମ ପରମ୍ପରା

ମନରେ ଖୁସି ଭରୁଛି ।୬।


ଅକ୍ଷୟ ତୃତୀୟା ଦିନୁ ଗଢା ହୁଏ

ତ୍ରିମୂର୍ତ୍ତିଙ୍କ ତିନି ରଥ,

ସୁଦୂରୁ ଆସନ୍ତି ଆଶାରେ ଭକତ

ଦେଖିବେ ଜଗତନାଥ ।୭।


ମୟୂରଭଞ୍ଜର ଅଧିଷ୍ଟାତ୍ରି ଦେବୀ

ମା' ଅମ୍ବିକା ନାମ ଖ୍ୟାତ,

ତାଙ୍କ ଆଜ୍ଞା ମାଳ ପ୍ରାପ୍ତ ହେଲାପରେ

ଆରମ୍ଭ ଯେ ରଥଯାତ ।୮।


ପୁରୀ ରଥଯାତ ଦିନକୁ ପହଁଣ୍ଡି

ପରଦିନ ରଥ ଟଣା,

ତୃତୀୟ ଦିନରେ ସବୁ ରଥ ଲାଗେ

ମାଉସୀ ମା' ର ଅଗଣା ।୯।


ଘୋଷ ଯାତ ପରି ବାହୁଡା ଯାତରେ

ସମ ନୀତି ହୋଇଥାଏ,

ସାତଦିନ ପରେ ମାଉସୀ ମା' ଘରୁ

ତିନି ରଥ ବିଦା ହୁଏ ।୧୦।


ଏଇ ରଥଯାତେ ସୁଭଦ୍ରାଙ୍କ ରଥ

ନାରୀ ହିଁ ଟାଣନ୍ତି ଏକା,

ବଡ ବିଶେଷତ୍ବ ନାରୀ ସମ୍ମାନରେ

ଜଗତକୁ ଦିଏ ଶିକ୍ଷା ।୧୧।


ଭଜନ କୀର୍ତ୍ତନ ଶଙ୍ଖ ହୁଳହୁଳି

ଶୁଭୁଥାଏ ସବୁ ଦିଗେ,

ଆଦିବାସୀ ନୃତ୍ୟ ମନ ମୋହି ନିଏ 

ପ୍ରତ୍ୟେକ ରଥର ଆଗେ ।୧୨।


ପୁଣି ରହିଅଛି ଶେଷ ପରମ୍ପରା

ଭକତମାନଙ୍କ ପାଇଁ,

ଶରଧାରେ ଲଡୁ ଫିଙ୍ଗନ୍ତି ତଳକୁ

ରଥ ଉପରକୁ ଯାଇ ।୧୩।


କେତେ କଥା ପୁଣି ବାକି ରହିଗଲା

କିଛି କିଛି ଜଣା ନାହିଁ,

ଲିଳାମୟଙ୍କର ଲିଳା ରଚିବାକୁ

ମୋ ପାଶେ ସମ୍ବଳ କାହିଁ ।୧୪।


ଅଜ୍ଞାନ ଅକ୍ଷୟ ଦୀନ ହୀନ ମୁହିଁ

ରଚିଗଲି ଯାହାସବୁ,

ଦୋଷ ମୋ ନ ଧରି କ୍ଷମା କରିଦେବ

କୃପାକରି ମହାପ୍ରଭୁ ।୧୫ ।



Rate this content
Log in