STORYMIRROR

puspalata samantary

Others

3  

puspalata samantary

Others

ଦ୍ବିତୀୟ ଈଶ୍ୱର

ଦ୍ବିତୀୟ ଈଶ୍ୱର

1 min
565

ବ୍ୟାଧି କ୍ଳିଷ୍ଟ ବୃଦ୍ଧ ଶରୀରକୁ ଧରି

ବଞ୍ଚିବାର ଆଶା ନେଇ,

ଦ୍ବିତୀୟ ଈଶ୍ବର ଅନୁସନ୍ଧାନରେ

କେତେ ଦୂର ଗଲି ଧାଇଁ।

ଶୁଣିଥିଲି କାନେ ଦ୍ବିତୀୟ ଈଶ୍ୱର

ଆଶ୍ୱାସନା ମହୌଷଧି,

ତାଙ୍କରି ସ୍ପର୍ଶରେ ମନୋବଳ ବଢ଼ି

ଘୁଞ୍ଚି ଯିବ ଦୂରେ ବ୍ୟାଧି।

କାହିଁ ନ ଦେଖିଲି ଦୟା ଖମାଯୁକ୍ତ

ମାନବିକ ମୂଲ୍ୟ ବୋଧ,

ଆଶ୍ୱାସନା ପାଇ କରୁଣା ବାରିରେ

ରୋଗୀଟି ହେଉନି ବୋଧ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍