STORYMIRROR

Santosh Pattnayak

Others

3  

Santosh Pattnayak

Others

ଦୈବୀଶକ୍ତି ଏକା ସାହା

ଦୈବୀଶକ୍ତି ଏକା ସାହା

1 min
11.6K


ନଅ ମିନିଟ୍ ନୁହେଁ ନଅ ଦିନ ପାଇଁ 

    ଦ୍ବୀପ ଜାଳ ଦୁଃଖ ନାଇଁ 

କଥାରେ ଭାସିକି କାମଟା କରୁଚ 

     ନିଜ ବୁଦ୍ଧି ଗଲା କାଇଁ ! 

ସକାଳ କି ସଞ୍ଜ ଅବା ରାତି ଅଧ

   ଯେବେ ବି ମିଳୁଚି ସମୟ

 ବିଭୁ ପଦେ ମନ ଦିଅ ବାଇମନ

      ମନଟାକୁ କରି ଥୟ ....

 

ପଥର ମନ୍ଦିର ଯାଇକି ଦକ୍ଷିଣା 

   ଦେବା ଦରକାର ନାଇଁ 

ହୃଦ ମନ୍ଦିରରେ ନିତ୍ୟ ବିରାଜିତ 

    ସେ ପ୍ରଭୁ କଳା ଗୋସାଇଁ

ସମୟର ସୀମା ନାଇଁ ତାଙ୍କ ପାଖେ 

   ନାଇଁ ଜାତି ଭେଦଭାବ 

କେତେ ଭଲପାଅ ପରିକ୍ଷା କରନ୍ତି 

    ଦେଇ ଦୁଃଖ ଦୁର୍ବିପାକ .....


ଅଶାନ୍ତ ପ୍ରକୃତି ଦେଇଛି ବିପତ୍ତି 

   ସାହା ଏକା ଦୈବୀ ଶକ୍ତି 

ସମୁହ ପ୍ରାର୍ଥନା ବିଧେୟ ଲୋଡୁଛି

    ଯୋଗାଡିବା ଶକ୍ତ ଭକ୍ତି

ଚିନ୍ତା ଚେତନାରେ ସରବେ ରହିବା 

     ସଙ୍ଗ ଦୂରତାକୁ ରଖି 

ଜୀବନ ଜ୍ୟୋତିଟା ସୁରକ୍ଷିତ ହେବ 

   ଦୟା କଲେ ଚକାଆଖି......।


Rate this content
Log in