STORYMIRROR

Debabrata Jena

Others

2  

Debabrata Jena

Others

ଦାଢ଼ି

ଦାଢ଼ି

1 min
12.9K


ମୁଁ ଦାଢ଼ି......ମୁଁ ଦାଢ଼ି.........

କିଏ ଦିଏ ମତେ ଉପାଡି,

ଆଉ କିଏ ଦିଏ ମୋତେ ଛାଡ଼ି,

କିଏ କରେ ଆଦର ଅବା ଅନାଦର ,

ତଥାପି ମୁ ରହିଛି ପଡ଼ି ଯୁଗ ଯୁଗକୁ ଭିଡି,

ମୁ ଦାଢ଼ି ..........(1)


ଏହି ଦାଢ଼ି ରଖି ଲିଙ୍କନ ହୋଇଲେ,

ଆମେରିକା ମୁଖ୍ୟ ଅଧିକାରୀ ,

ଆଉ ଏହି ଦାଢ଼ି ପାଈଁ ଆମ ନରେନ୍ଦ୍ର ଭାଇ ,

ଭାରତର ପ୍ରଧାନ ମନ୍ତିରି ।।(2)


ଜି. ଵି.ଏସ.ଙ୍କୁ ବା ନ ଜାଣିଛି କିଏ ,

ଦାଢ଼ି ପାଈଁ ସିଏ ଫେମସ୍,

ଗରିବର ବନ୍ଧୁ ସେ ଯେ ଗୋପବନ୍ଧୁ,

ଦାଢ଼ି ଵି ତାଙ୍କର ଝକାସ୍ ।।(3)


ଦାଢ଼ିଆ ବାବାଜି ହୋଇ କରି ଆଜି,

ଆଶାରାମ୍ ବାପୁ ଜେଲରେ,

ଆଉ ଦାଢ଼ିଆ ବାବାଜି ରୂପେ ପାଟଶାଣୀ,

ଏମ.ପି. ହୋଇକି ଫେମରେ ।।( 4)


ମୋ ଦାଢ଼ିକୁ ଦେଖିକି ଘରଣୀ କହନ୍ତି,

"ତୁମେ କେଉଁ ବାବାଜିର ଚେଲା "?

ଦାଢ଼ି ଗୁମର ଆଉ ଖୋଲିବାନି,

ନୋହିଲେ କହିଵେ କହିଲା ।।(5)


এই বিষয়বস্তু রেট
প্রবেশ করুন