STORYMIRROR

Santosh Pattnayak

Others

2  

Santosh Pattnayak

Others

ଦାଦନ

ଦାଦନ

1 min
400


ଯୁଗ ବଦଳିଛି ଭେକ ବଦଳିଛି

ବଢିଛି କର୍ମ ସଂସ୍ଥାନ

ଶିକ୍ଷିତ ବେକାରୀ ଅନ୍ୟ ରାଜ୍ୟ ଯାଇ

ପାଉଛନ୍ତି କିଛି କାମ

ସରକାରୀ ବାବୁ ନେତା-ମନ୍ତ୍ରୀ ସବୁ

କହନ୍ତି ୟାକୁ ଦାଦନ

ବାସ୍ତବତା କିନ୍ତୁ ଭିନ୍ନ

ଦାଦନର ଅର୍ଥ ସମ୍ପୁର୍ଣ୍ଣ ଅଲଗା

ଭାଷାକୋଷ କହେ ଆମ....


ଆମରି ଗଣମାଧ୍ୟମ

ପ୍ରଚାର ପ୍ରସାର ଦାୟିତ୍ୱ ନିଭାଏ

ଶ୍ରମ ଏଠି ହିନୀମାନ

ଅବିବେକି କିଛି ତାଳ ଦେଉଛନ୍ତି

ବିଭ୍ରାନ୍ତ ହୁଅନ୍ତି ଜନ

ଯଦି ଉତ୍ସାହିତେ ନାହିଁ ତବ ମନ

ଦିଅକାହିଁ ଅପମାନ !

ବେସରକାରୀ ସଂସ୍ଥାର ଶ୍ରମିକ

ନୁହଁଇ କେବେ ଦାଦନ

ଇଏ ମାନସିକ ଅପମାନ....


ବାପ ସମ୍ପତ୍ତିରେ ଚଳିବାଟା କେବେ

ହେଇ ନପାରେ ସମ୍ମାନ

ଜାଣିରଖ ସୁଧିଜନ

ନବୁଝି ବିଚାରି ବୟାନ ବାଜିଟା

ଅବିବେକି ସନମାନ

ମାଲିକ ଶ୍ରମିକ ମଧ୍ୟରେ ମଧ୍ୟସ୍ଥି

କରିଥାଏ ଅର୍ଥ ଦାନ

ଶ୍ରମିକ ଆଗକୁ ମିଳିବେନି କାଳେ

ଏଣୁ ଆଗୁଆ ଅର୍ଥ ଦାନ

ଚୁକ୍ତି ଭିତିକ ଏ ଶ୍ରମ

ଏହାକୁ କହନ୍ତି ଓଡିଆ ଭାଷାରେ

ଦାଦନ ବୋଲିକି ଜାଣ....


✍ ସନ୍ତୋଷ ପଟ୍ଟନାୟକ ବେଗୁନିଆପଡା ବ୍ଳକ୍, ତିରିଡା /ଗଞ୍ଜାମ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍