Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

PUSPALATA SAHOO

Others

3  

PUSPALATA SAHOO

Others

ଦାଦନ

ଦାଦନ

1 min
165


ଜନ୍ମ ମୋର ଖଟିବା ପାଇଁ 

ବାପ ଅଜା ଅମଳରୁ 

ଜମିଦାର, ସାହେବ, ମାଲିକ 

ପାଖରେ ଖଟି ଖଟି 

ମୁଣ୍ଡ ଝାଳ ତୁଣ୍ଡେ ମାରି 

ଜୀବନଟା ବିତି ଯାଇଛି ||

ଜମିଦାରୀ ମାଲିକ ଆଜି 

ବିକି ଦେଇଛି ମୋତେ 

ବିଦେଶରେ ଥିବା ସାହେବ ପାଖେ 

ଭିଟା ମାଟି ଛାଡି 

ଘର ସଂସାରକୁ ପଛରେ ପକାଇ 

ଦାଦନ ଖଟି ବାକୁ ଯାଉଛି ||

ଜନ୍ମ ମାଟି ସାତ ପର

ମୁଠାଏ ଦାନା ଖଣ୍ଡିଏ କନା ପାଇଁ 

ଆଜି ଦୁନିଆରେ ସାଜିଛି 

ମୁଁ ଦାଦନ ଶ୍ରମିକ ||

କିଏ ବୁଝିବ ମୋର ଦୁଃଖ 

କିଏ ଫେରେଇ ଦେବ ମୋତେ 

ମୋର ଭିଟାମାଟି ଯାହା କୋଳରେ 

ଥାଇ ଛାଡ଼ିବି ମୋର ଶେଷ ନିଶ୍ୱାସ 

ଆଉ ଦୀର୍ଘ ଶ୍ୱାସ ||


Rate this content
Log in