STORYMIRROR

Santosh Pattnayak

Others

3  

Santosh Pattnayak

Others

ଚରଣେ ଶରଣ ଦିଅ

ଚରଣେ ଶରଣ ଦିଅ

1 min
13.3K


ସୁଖ ସାଗରରୁ ମୁକୁତା ସାଉଁଟି

ହେଲି ଯାହା ହିନୀମାନ

ବହୁ ଦିନ ଆଶା ହୁଅଇ ନିରାଶା

ତୁଚ୍ଛ ଲାଗଇ ଜୀବନ....।

ସୁଖ-ଶାନ୍ତି ହେଲା ସାତ ସପନ ମୋ'

ଶେଷେ ସାଇ ତୁମେ ସାହା

କାହାକୁ କହିବି କିଏ'ବା ଶୁଣିବ

କର୍ମକୁ ନିନ୍ଦଇ ଯାହା..... ।

କେତେ ଯେ'ଶୁଣିଛି ସାଇ ଯଶ କୀର୍ତ୍ତି

ସଦଗୁରୁ ପରଂବ୍ରହ୍ମ

କିଞ୍ଚିତ ସହାୟ ହୁଅ ବାରେ ଗୁରୁ

ବିନତି ମୋହର ଘେନ....।

ସଙ୍କଟୁ ଉଦ୍ଧାରି ଢାଳ କୃପା ବାରି

ଚରଣେ ଶରଣ ଦିଅ

କର ଅଧିଷ୍ଠାନ ମୋ'ଚିତ୍ତେ ବହନ

ଅଜ୍ଞାନତା ହରିନିଅ....।


Rate this content
Log in