ଚଳନ୍ତି ଦିଅଁ
ଚଳନ୍ତି ଦିଅଁ
1 min
247
ଫୁଲଠୁ କୋମଳ
ଜଳଠୁ ଶୀତଳ
ସକଳବିପଦେ ସାହା
ଜହ୍ନଠୁଉଜ୍ବଳ
ତୁଲାଠୁ କୋମଳ
ଗଂଗାଠୁ ପବିତ୍ର ମାଆ ।
ଛାଇଠୁ ନିଜର
ନଈଠୁ ଉଦାର
ଚିରଶୌଚ ତୋର ଧାରା
ଭୂମିଠୁ ସରଳ
ଘିଅଠୁ ତରଳ
ସହନସରଗ ଭରା ।
ଧର୍ମର ଗାନ୍ଧାରୀ
ପ୍ରତିଷ୍ଠା ପୂଜାରୀ
ସଦାମଙ୍ଗଳାକୁ ବରୀ
ଦୁଖରେ ସୁଖରେ
ଅଛୁ ମୋ ପାଖରେ
କାୟା ପାଖେ ଛାୟା ପରି ।
ହସ ତୋର ସୁନା
ନୁହେଁଅନ୍ୟ ମନା
ତୋକୋଲ ଝୁଲଣ ମୋର
ନନାବାୟା ଗାଇ
ପିଠି ଥାପୁଡ଼େଇ
ମନଛୁଆଁ ଗୀତ ତୋର ।
ଅନ୍ତର୍ବେଦନା
କହିବାକୁ ମନା
ଦେଖି ଭୁଲିଯାଉ ମୁହଁ
ସନ୍ତାନର ହିତ
ଜୀବନର ବ୍ରତ
ମୋର ତୁ ଚଳନ୍ତି ଦିଅଁ ।
