ଚଳିବାରେ ହୋଇ ଏକମନ
ଚଳିବାରେ ହୋଇ ଏକମନ
1 min
211
ଗୋଟିଏ ମାଆର ସନ୍ତାନ ଆମେରେ
ଭାରତ ଆମର ମାଆ,
ହିନ୍ଦୁ ମୁସଲମାନ ଜୈନ ଖ୍ରୀଷ୍ଟିଆନ
ସଭିଏଁ ତାହାରି ଛୁଆ।
ଜାତି ଧର୍ମ ବର୍ଣ୍ଣ ବେଶଭୂଷା ଖାଦ୍ୟ
ଚାଲିଚଳଣୀ ଅଲଗା,
ଏକା ଯେ ରକତ ରଙ୍ଗ ତାର ନାଲି
ନାଲିରକ୍ତେ ପରା ଗଢା।
ଗୋଟିଏ ତ୍ରିରଙ୍ଗା ତଳେ ଏକହୋଇ
କରୁ ମାଆର ବନ୍ଦନା,
ଗୋଟେ ସମ୍ବିଧାନ ନିୟମରେ ବନ୍ଧା
ଏକଥା ସଭିଙ୍କୁ ଜଣା।
ଜାତି ଧର୍ମ ଭେଦଭାବ ରଖିବାନି
ଆମେ ଏକ ଈଶ୍ୱର ସନ୍ତାନ,
ସଭିଙ୍କ ଶରୀରେ ବହେ ନାଲିରକ୍ତ
ଚଳିବାରେ ହୋଇ ଏକମନ ।
