STORYMIRROR

Pramila Mohanty

Others

3  

Pramila Mohanty

Others

ଚଳଚ୍ଚିତ୍ର

ଚଳଚ୍ଚିତ୍ର

1 min
176


ଚଳଚ୍ଚିତ୍ର ରୂପେଲି ପରଦା

ଉପରେ ପ୍ରତିଫଳିତ ସିନେ

ତାରକା ଙ୍କ ଦ୍ବାରା ଅଭିନିତ

   ଏକ ନାଟକ

ଯାହା ମନ ଦର୍ପଣ ରେ

ସୃଷ୍ଟି କରେ ଅସରନ୍ତି

ରୋମାଞକର ଉନ୍ମାଦ

ଦେଖି ଚଳଚ୍ଚିତ୍ର ତାରକା 

ଗଣ ଙ୍କ ଅଭିନୟ ଅପଲକିତ

ନୟନ ହୋଇ ଉଠେ 

ଉଦ୍ ଭାସିତ ଉଲ୍ଲାସିତ

ହୋଇ ଉଠେ ନୟନ

 ମନରେ ଭରିଦିଏ ଆଲ୍ଲାଦ ପରଦାରେ ଦେଖି ନାନା ଦେଶ ବିଦେଶ ଭୂମଣ୍ତଳ କାନ୍ତାର

 ନଈ ନାଳ ସମୁଦ୍ର 

ପ୍ରାକୃତିକ ପରିବେଶର ସମ୍ଭାର

ମୁଖମଣ୍ତଳରେ ଫୁଟି ଉଠେ

  ହସର ଜୁଆର

ସୃଷ୍ଟି କରାଏ ଉଦ୍ ବେଗ

 ଆବେଗର ଆଲୋଡନ

କାହାଣୀ ଆଉ ଚରିତ୍ରର

ରୂପ ରେଖକୁ ଦେଖି

ନୟନରୁ ଝରିଯାଏ ଲୋତକ

ଚଳଚ୍ଚିତ୍ର ମଣିଷ ମନରୁ

ଦୁଃଖ ଦୂରିଭୁତ କରବାର

ଏକ ଅଭିନବ କାରକ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍