STORYMIRROR

Debabrata Jena

Others

3  

Debabrata Jena

Others

ଚକାଆଖି

ଚକାଆଖି

1 min
13.8K


ଚକାଆଖି.......ତୁମେ ମୋ ଜୀବନ ସାକ୍ଷୀ

ଲୋଡ଼ା ନାହିଁ ଧନ ମାନ ସନମାନ

ତୁମେ ମୋ ପରାଣ ପକ୍ଷୀ

ଚକାଆଖି.......ତୁମେ ମୋ ଜୀବନ ସାକ୍ଷୀ ।।(୧)

ଏ ଜୀବନ ପରା ତୁମରି ସର୍ଜନା

ଅମା ଅନ୍ଧାରରେ ଜ୍ୟୋତି

ସକଳ ଜୀବର ତୁମେ ତ ପରାଣ

ତୁମ ବିନା ନାହିଁ ମୁକ୍ତି

ଚକାଆଖି..........ତୁମେ ମୋ ଜୀବନ ସାକ୍ଷୀ ।।(୨)

ଶୟନେ ସପନେ ଅବା ଜାଗରଣେ

ତୁମକୁ ଦେଖେ ମୁଁ ନିତି

ତୁମେ ଦୁଃଖ ହାରୀ ଜଗତ ବିହାରୀ

ମୋ ହୃଦୟେ ଅଛ ଲାଖି ।

ଚକାଆଖି.........ତୁମେ ମୋ ଜୀବନ ସାକ୍ଷୀ।।(୩)

ସମର୍ପି ଦେଉଛି ତବ ଶ୍ରୀ ପୟରେ

ମାଗୁଣି ମୋର ଏତିକି

ତୁମ ନାମ ଗାଇ ବିତୁ ମୋ ଜୀବନ

ଲିଭୁ ମୋ ନିଶ୍ଵାସ ବତୀ

ଚକାଆଖି.........ତୁମେ ମୋ ଜୀବନ ସାକ୍ଷୀ ।। (୪)


ഈ കണ്ടെൻറ്റിനെ റേറ്റ് ചെയ്യുക
ലോഗിൻ