STORYMIRROR

Debabrata Jena

Others

3  

Debabrata Jena

Others

ଚକାଆଖି

ଚକାଆଖି

1 min
13.8K


ଚକାଆଖି.......ତୁମେ ମୋ ଜୀବନ ସାକ୍ଷୀ

ଲୋଡ଼ା ନାହିଁ ଧନ ମାନ ସନମାନ

ତୁମେ ମୋ ପରାଣ ପକ୍ଷୀ

ଚକାଆଖି.......ତୁମେ ମୋ ଜୀବନ ସାକ୍ଷୀ ।।(୧)

ଏ ଜୀବନ ପରା ତୁମରି ସର୍ଜନା

ଅମା ଅନ୍ଧାରରେ ଜ୍ୟୋତି

ସକଳ ଜୀବର ତୁମେ ତ ପରାଣ

ତୁମ ବିନା ନାହିଁ ମୁକ୍ତି

ଚକାଆଖି..........ତୁମେ ମୋ ଜୀବନ ସାକ୍ଷୀ ।।(୨)

ଶୟନେ ସପନେ ଅବା ଜାଗରଣେ

ତୁମକୁ ଦେଖେ ମୁଁ ନିତି

ତୁମେ ଦୁଃଖ ହାରୀ ଜଗତ ବିହାରୀ

ମୋ ହୃଦୟେ ଅଛ ଲାଖି ।

ଚକାଆଖି.........ତୁମେ ମୋ ଜୀବନ ସାକ୍ଷୀ।।(୩)

ସମର୍ପି ଦେଉଛି ତବ ଶ୍ରୀ ପୟରେ

ମାଗୁଣି ମୋର ଏତିକି

ତୁମ ନାମ ଗାଇ ବିତୁ ମୋ ଜୀବନ

ଲିଭୁ ମୋ ନିଶ୍ଵାସ ବତୀ

ଚକାଆଖି.........ତୁମେ ମୋ ଜୀବନ ସାକ୍ଷୀ ।। (୪)


Rate this content
Log in