ଚିତଉ ଚିନ୍ତନ
ଚିତଉ ଚିନ୍ତନ
1 min
345
ଭୂ ଦେବୀ ପୂଜିଲି
ତଳି ହିଡ଼େ ରହି
ଚିତଉ ପିଠାକୁ ଦେଇ ।
ପ୍ରସନ୍ନ ଚିତ୍ତରେ
ଶସ୍ଯ ଦେବେ ଭରି
ଏ କଥା ମନରେ ନେଇ । ୧।
ଇନ୍ଦ୍ରଦେବ ଦେବେ
ଆଶୀର୍ବାଦ ସ୍ୱର୍ଗୁଁ
ଭରିଵ ସଭିଙ୍କ କ୍ଷେତ ।
ସର୍ବେ ଖୁସି ହେବେ
ଶ୍ୟାମ କ୍ଷେତ ସାଥେ
ଘେନ ମୋ ଚିତଉ ଈଶ ।୨।
ହିଂସ୍ର ଜନ୍ତୁ ମୁଖୁ
ରଖିବ ମୋ କ୍ଷେତ
ଜଗତର ପଡ଼ିଦାତ୍ରୀ ।
ଚିତଉକୁ ଖାଇ
ଚିତା ଲାଗି ହେବେ
ମଥାରେ ଜଗତ ପତି ।୩।
କୋଇଲିକୁ ଦେଇ
ଆସିବୁ କହିଲି
ଆମ୍ବ ବଉଳର ମାସେ ।
ସଂକୁଳି କହିବୁ
ଆମ ମନ କଥା
ଶାଶୁ ଶ୍ଵଶୁରଙ୍କ ପାଶେ ।୪।
ମନେ ପଡୁଥିବ
ତୋର କଣ୍ଠ ସ୍ୱର
ଚୂତ ତରୁ ଶାଖା ମାଳ ।
ବାର ମାସେ ତେର
ପରଵକୁ ପାଳି
ଧନ୍ୟ ହୁଏ ଏ ଉତ୍କଳ ।୫।
*****
