Shop now in Amazon Great Indian Festival. Click here.
Shop now in Amazon Great Indian Festival. Click here.

Sagar Kumar Parida

Others Children

3  

Sagar Kumar Parida

Others Children

ଚିଠିଟିଏ ମୁଁ ଚିଠିଟିଏ

ଚିଠିଟିଏ ମୁଁ ଚିଠିଟିଏ

1 min
208


ଚିଠିଟିଏ ମୁଁ ଚିଠିଟିଏ,

ବାର୍ତ୍ତା ବହନର ମାଧ୍ୟମଟିଏ।।

ଲୋକମାନେ ମୋତେ ନିଅନ୍ତି କିଣି,

ଲେଖନ୍ତି ମୋପରେ ନିଜ କାହାଣୀ  ।।

ମୋହର ସବୁଠି ଭାରି ଆଦର,

ଜଣାଏ ବାରତା ଦୂର ଦେଶର ।।

ଦୁଇ ହୃଦୟର ମିଳନ ପାଇଁ

ଡାକବାଲା ମୋତେ ମୁଣିରେ ଥୋଇ ।।

ଠିକଣା ଦେଖିକି ଦିଅଇ ମୋତେ,

ଆଦର ମୋହର କାହିଁରେ କେତେ ।।

ଯେଉଁ ଦିନୁ ମୋବାଇଲ୍ ଆସିଲା,

ସେଦିନୁ ମୋର କାଳ ପୁରିଲା।।

ହ୍ଵାଟ୍ସଆପ ଆପ ଆସିଲା ଦିନୁ,

ମୋ କଥା ଲୋକେ ଭୁଲିଲେ ମନୁ ।।

ଅଦରକାରି ମୁଁ ହୋଇଛି ସିନା,

ମୋହ ପରି ବନ୍ଧୁ କାହିଁ ମିଳେନା ।।

ଅତୀତରେ ରାଜାମାନେ ବି ମୋତେ,

ଦେଉଥିଲେ ଦିନେ ଦୂତର ହାତେ।।

ପାରା କିଛିଦିନ ବୋହିଛି ମୋତେ

ସେଦିନ ଅତୀତ ଗରଭ ଗତେ ।।

ଯାଇଛି ସିନା ମୋ ଗରବ ଦିନ

ଭୁଲ ନାହିଁ ମନୁ ସେ ସ୍ମୁତି ଚିହ୍ନ ।।


Rate this content
Log in