STORYMIRROR

Santosh Pattnayak

Others

3  

Santosh Pattnayak

Others

ଚିଠି

ଚିଠି

1 min
206

ଡାକବାଲା ଡାକ ନିରବି ଯାଇଛି 

କଥାକୁହା ଯନ୍ତ୍ର ଆଦର ପାଇଁ 

ସମୟ ତାଳରେ ଡାକବାଲା ଆଜି 

ଅଖୋଜା ଅଲୋଡ଼ା ହୋଇଛି ରହି 


ଚିଠି ଦିଆ-ନିଆ ପୁରୁଣା କାଳିଆ 

ବୁଝୁଚି କେ କାଇଁ ଚିଠିର ମହତ୍ତ୍ୱ 

କାନ କୁହା ଯନ୍ତ୍ର କିମିଆ କରିଚି 

ସଭିଏଁ ତାହାରି ସେବାରେ ନ୍ୟସ୍ତ 


ଡାକବାଲା ବୋଲି ସାମାଜେ ଆଦର 

ରହିଥିଲା ଯାହା ସ୍ୱତନ୍ତ୍ର ହୋଇ 

ଆଜି ଆଉ ତାହା ନାହିଁ ସମାଜରେ

ପରିତାପ ଯାହା ଏ ସମାଜ ପାଇଁ 


ସାତ ସପନ ସେ ଅତୀତ ମହକ

 ନୀଳ ଲଫାପାରେ ପ୍ରବାସ ପତ୍ର

ଡାକବାଲା ଥିଲା ତାହାରି ମାଧ୍ୟମ 

 ସବୁରି ଥିଲା ସେ ପରମ ମିତ୍ର 


 ଡାକବାଲା ଘଣ୍ଟି ନିରବି ଯାଇଛି

 ଯନ୍ତ୍ରବାଜିର ଏ ତାଣ୍ଡବ ତାଳେ

 ନହୁଲି ବଧୂଟି ଆନମନା ନାଇଁ 

 ପ୍ରିୟ ଚିଠି ସ୍ପର୍ଶେ ସନ୍ଧ୍ୟାର କାଳେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍