ଚିଠି
ଚିଠି
1 min
188
ଡାକବାଲା ଡାକ ନିରବି ଯାଇଛି
କଥାକୁହା ଯନ୍ତ୍ର ଆଦର ପାଇଁ
ସମୟ ତାଳରେ ଡାକବାଲା ଆଜି
ଅଖୋଜା ଅଲୋଡ଼ା ହୋଇଛି ରହି
ଚିଠି ଦିଆ-ନିଆ ପୁରୁଣା କାଳିଆ
ବୁଝୁଚି କେ'କାଇଁ ଚିଠିର ମହତ୍ତ୍ୱ
କାନ କୁହା ଯନ୍ତ୍ର କିମିଆ କରିଚି
ସଭିଏଁ ତାହାରି ସେବାରେ ନ୍ୟସ୍ତ
ଡାକବାଲା ବୋଲି ସାମାଜେ ଆଦର
ରହିଥିଲା ଯାହା ସ୍ବତନ୍ତ୍ର ହୋଇ
ଆଜି ଆଉ ତାହା ନାହିଁ ସମାଜରେ
ପରିତାପ ଯାହା ଏ'ସମାଜ ପାଇଁ
ସାତ ସପନ ସେ' ଅତୀତ ମହକ
ନୀଳ ଲଫାପାରେ ପ୍ରବାସ ପତ୍ର
ଡାକବାଲା ଥିଲା ତାହାରି ମାଧ୍ୟମ
ସବୁରି ଥିଲା ସେ ପରମ ମିତ୍ର
ଡାକବାଲା ଘଣ୍ଟି ନିରବି ଯାଇଛି
ଯନ୍ତ୍ରବାଜିର ଏ ତାଣ୍ଡବ ତାଳେ
ନହୁଲି ବଧୂଟି ଆନମନା ନାଇଁ
ପ୍ରିୟ ଚିଠି ସ୍ବର୍ଶେ ସନ୍ଧ୍ୟାର କାଳେ
-----'^'-----
