STORYMIRROR

Eli Mohanty

Others

3  

Eli Mohanty

Others

ଚିତ୍ର ଆଖିର ବାଘ - ୯

ଚିତ୍ର ଆଖିର ବାଘ - ୯

1 min
14.5K


ମୃଗୁଣୀ ସ୍ତୁତି ବୋଲି

ପଂଝାରୁ ଖସିଯାଉଛି ଅଭୋଗ୍ୟା ରାତି

ହସୁଛି ବାଘ....!

ଆଲୁଅର ଅଳଂକାରରେ

ଚିକମିକ ମୃଗତୃଷ୍ଣା

ନିର୍ଜନ ବାଟ ପରି

ଶୋଇଛି ଅପେକ୍ଷାରେ....

ବାଘ ବୁଝୁନି ଅପେକ୍ଷାର ଅର୍ଥ...

ସ୍ଥିର ପଥର ଚଟାଣରେ

ଢାଳି ଯାଉଛି ମଧ୍ୟଯୁଗୀୟ ସୂରା

ପଥରତ୍ୱ ଚରିଯାଉଛି

ଶୋଷର ଓଠରେ....

ଶୃଗାଳର ଚିତ୍କାରରେ

ବ୍ୟାଘ୍ର ସଂଜୀବନି ମନ୍ତ୍ର....

ମାଟିତଳୁ ଜୀବନ୍ୟାସ ପାଉଛି

ପ୍ରାଚୀନ ସଭ୍ୟତାର ପଥର ବାଘ....!!

ବାଘର ହିଂସ୍ର ହସରେ

ଧୀରେ ଧୀରେ ଅଟକି ଯାଉଛି

ଧମନୀର ରକ୍ତ....

ଝରଣାର ପାଣି.....

ଶୂନ୍ୟତାର ସ୍ଥାପତ୍ୟରେ

ତିଆରି ହେଉଛି

ବାଘର ପ୍ରେମିକା.....!!

ପରାଜୟର ହାହାକାର

ବାଘ ଆଖିକୁ ଛୁଇଁ ଯାଉଛି

ପ୍ରେମ ଭଳି...!


Rate this content
Log in