STORYMIRROR

Eli Mohanty

Others

4  

Eli Mohanty

Others

ଚିତ୍ର ଆଖିର ବାଘ :୧୧

ଚିତ୍ର ଆଖିର ବାଘ :୧୧

1 min
27.7K




ବଣୁଆ ବାଟର ଆତଂକରେ

ଆଙ୍କା ହେଇଥାଏ ବାଘର ଚିତ୍ର....

ବେଳେ ବେଳେ ନିଶ୍ଚୁପ ଚାହାଣୀର ବିକଳ ନକ୍ସା ଭିତରେ

ବାଘର ଛଦ୍ମ ବେଶରେ ଘୁରି ବୁଲେ

ଗୋଟିଏ ଶୁଶୁରୀ ଶବ୍ଦ......

ପାହାଡରୁ ଗଡିଆସି ଖାଁ ଖାଁ ଖରାବେଳଟିଏ

କାହାଣୀ ପାଲଟେ

କାହାଣୀରୁ ବାହାରିଆସି ବାଘ

ଆଗେ ରାଧୁଆକୁ ଖୋଜେ...

ଦିନର ଶେଷ ପ୍ରହରକୁ ଚରଉ ଚରଉ

ରାଧୁଆ କମରରେ ବାଘଟିଏ ବାନ୍ଧି

ବଇଁଶି ଫୁଙ୍କେ........

ଆଉ-

ଯେବେ ବି କାହାଣୀ ଭିତରୁ ରାଧୁଆର ଚିତ୍କାର ଶୁଭେ

ବାଘ କାହାଣୀ ପାଲଟେ........

ଭଂଗା ଦୁର୍ଗ ଭିତରେ

ବାଧ୍ୟହେଇ ପହରା ଦେଉଥିଵା ଆଲୁଅପରି

କାହାଣୀର ବାଘ ,କାଗଜର ଆଖି ନେଇ

ଚୁପ ଚାପ ବସିରହେ...

ଦେହ ସାରା ସୂର୍ଯ୍ୟାସ୍ତର ରଂଗ ମାଖି

ଦୈାଡୁଥାଏ ସୁବର୍ଣ୍ଣ ହରିଣୀ......

ପବନରେ ଓଲଟିଯାଏ ବହିର ପୃଷ୍ଠା

ଯୋଉଠି ବାଘ ଚିତ୍ରଟି ବିଲକୁଲ ନଥାଏ......!!


Rate this content
Log in