Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Akshayakumar Dash

Others

2.4  

Akshayakumar Dash

Others

ଚିତଚୋର

ଚିତଚୋର

1 min
196


ଗୋପୀ ପଦଧୂଳି ଦେହରେ ବୋଳି

ମାଧବୀ ଲତାରେ ଖେଳଇ ଦୋଳି ।

ଅଧରେ ମୁରଲୀ ଗାଉଛି ଜାଣି

ପର।ଣ ଜିଣିଛି ଚକର ପାଣି ।

କଉଥିରେ ସୁଖ ଲାଗୁନି ମନ

ଭେଟିବାକୁ ଆମ କାଳିଆ ଧନ ।

ଆସଗୋସଖୀ କୁଞ୍ଜକୁ ଯିବା

ହଟିଆନ।ଗର ସଙ୍ଗେ ରସିବା ୧।

ଅଧାବୁଲାଥାଉ ହାଂଡିକ ଦହି

ଅଫୁଟା ରହିଲା ସେରକ ଖଇ ।

କ୍ଷୀରଦୁହିଁବାକୁ ତରବି ନାହିଁ

ଖୁଂଟରୁବାଛୁରୀ ଦେଲିଫିଟେଇ ।

ଦେହସାରା କାର ଗଡ଼ଇ ଝାଳ

ଅଲରାଉଡୁଛି କା ମୁଣ୍ଡ ବାଳ ।

ବସନ କାହାର ଲୋଟୁଛି ଧୂଳି

ଖାଉଥିଲା କିଏ କରିନି କୁଳି ।

ଅସଗୋ ସଖୀ ହଟିଆନ।ଗର ୨ ।

ବିଶାଖା କୁହନ୍ତି ରାଧ।କୁ ଚାହିଁ

ପ୍ରେମଠାରୁ ବଡକିଅଛି କାହିଁ ।

ଶ୍ୟାମନାଗର କୁଁ କହଲୋ ଜାହି

ସୁମରଣକଲେ ଆସିବେ ଧାଇଁ ।

ଲଳିତା କୁହନ୍ତି ହେ ବଂଶୀଧର

ଅମପାଖେ ଥିବ ହେ ଚିତଚୋର ।


Rate this content
Log in