STORYMIRROR

Sunanda Mohanty

Others

3  

Sunanda Mohanty

Others

ଚିରଋଣୀ

ଚିରଋଣୀ

1 min
201


ଜଗନ୍ନାଥ ଜଗନ୍ନାଥ ଜଗନ୍ନାଥ 

ତମକୁ ମୁଁ ଭଲପାଏ ଅତୀବ ଅତ୍ୟନ୍ତ 

ପ୍ରେମ ମୋର ତମ ପାଇଁ ଜୀବନ୍ତ ଜୀବନ୍ତ 

ତମେ ଅଛ ବୋଲି ମୁଁତ ଆଶ୍ୱସ୍ତ ବହୁତ 

ତମ ସେଇ ଚକାଆଖି ଲାଗେ ସତରେ ବିଚିତ୍ର 

ରକ୍ଷା କର ପ୍ରଭୁ ଜଗନ୍ନାଥ, ଏ ଜୀବ ଜଗତ 


ତମେ ତ ପ୍ରେମିକ ଟିଏ ସତ ପ୍ରତିଶତ 

କାହାକୁ କେବେ ଭଲପାଅ ଅନେଶତ 

ମୋ ପାଇଁ ନଜର ନାହିଁ କାହିଁକି କୁହତ 

ରାଧା ମୁଁ ନୁହେଁ, ନୁହେଁ ବି ମୀରା ସତ 

କୃଷ୍ଣା ନୁହେଁ, ସଖି ହେବି, ଅବା ହେବି ମିତ

ଖାଲି ଯାହା ସଞ୍ଜ ସକାଳେ କରେ ପ୍ରଣିପାତ 


ଘେନ ପ୍ରଭୁ ମୋ ଦୟିନୀ ବିନୀତ 

ଅପରାଧୀ ହୋଇପାରେ ଭକ୍ତି ମୋର ସତ୍ୟ 

ଆଜି ଏ ଅକ୍ଷୟ ତୃତୀୟା ଵିଧି ଯାହା ପ୍ରଚଳିତ 

ତମ ବିନା ତମ କାମ ଅଧୁରା ନିଶ୍ଚିତ 

ଅଣସର ଘରେ ତମେ ଏକାନ୍ତ ବାସରେ ଅନ୍ତତଃ 

ରହିବା ପୁର୍ବରୁ ଘେନାକର ଦାସୀକରେ ପ୍ରାୟଶ୍ଚିତ

ଚିରଋଣୀ ଦେଇଛ ଯେଣୁ ମାଆଟିଏ ମତେ ଅନ୍ତତଃ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍