STORYMIRROR

Gouri Panda

Others

3  

Gouri Panda

Others

ଚୀନ ପ୍ରିୟତମା

ଚୀନ ପ୍ରିୟତମା

1 min
11.9K


କରୋନା ଗୋ ତୁମେ ଚୀନ ପ୍ରିୟତମା 

ଘଟାଇଛ ବିଶ୍ବେ ଅନ୍ଧକାର ଅମା। 

ତୁମ ପାଇଁ ବିଶ୍ବେ ଭୟଙ୍କର ସ୍ଥିତି

ଥରହର ଆଜି ଏ ଧରା, ଏ କ୍ଷିତି। 

ତୁମ ନାମେ ଆଜି ଜୀବନ ବିକଳ

ନଜରବନ୍ଦୀ ବି ହେଉନି କୋହଳ। 

ଦେଶଦେଶ ମଧ୍ୟେଯୋଗାଯୋଗ ନାହିଁ

ଜିଲ୍ଲା, ରାଜ୍ୟ କଥା କହିବା କି ପାଇଁ। 

ଫେରିଯାଅ ତୁମେ ଆଗୋ ପ୍ରିୟତମା 

ବୁଦ୍ଧି, ବୃତ୍ତି ତୁମ ଭଲ ନାହିଁ ଜମା। 

ବିଭୀଷିକାମୟୀ ତୁମେ ଗୋ କରୋନା 

କେତେ ପ୍ରାଣ ନେଲ ତୁମକୁ ହିଁ ଜଣା। 

ହେଲାଣି ଯେ ତୁଚ୍ଛ ସବୁ ଉପଚାର 

ବଢିଚାଲିଅଛି ତୁମ ପାରାବାର। 

କରୋନାଗୋ ତୁମେଫେରିଯାଅ ତୀନ

ଭାରତେ ରଖନା ତୁମ ଅଭିମାନ। 

ତୁମ ପ୍ରେମ ଡୋରେ ମହାଶକ୍ତି ଚୀନ

ପ୍ରତିଶୋଧ ବହ୍ନି ତାକୁ କରେ ହୀନ। 

କରୋନାଗୋ ତୁମେସ୍ନେହମୟୀ ହୁଅ

ମାନବ ଜାତିକୁ ଆଶ୍ବସନା ଦିଅ। 

ଦିଅ ପ୍ରଭୁ ତୁମେ, ତାକୁ ସଦଜ୍ଞାନ

କରୋନା ପାଉ ତା ପ୍ରିୟତମ ଚୀନ। 



Rate this content
Log in