STORYMIRROR

Lina Mohanty

Others

4  

Lina Mohanty

Others

ଛୁଇଁନି ଆମକୁ ଯନ୍ତ୍ରଣା କେବେ

ଛୁଇଁନି ଆମକୁ ଯନ୍ତ୍ରଣା କେବେ

1 min
267


ଦୁଃଖ ବି ଆସିଛି ଜୀବନେ ଆମର

କେତେ ଝଡ଼ ଆସି ଗଲାଣି ବହି,

ତଥାପି ହସୁଛୁ ଯାଇନୁ ତ ହାରି

ସୁଖୀ ନାହିଁ କେବେ ଜୀବନ ନଈ ।।


ଘର ନାହି ସିନା ମୁଣ୍ଡ ଗୁଞ୍ଜିବାକୁ

ଦିଓଳି ଦି ମୁଠା ଖାଇନୁ କେବେ,

ତଥାପି ହସୁଛୁ ମିଶିକି ରହିଛୁ

ଛୁଇଁନି ଆମକୁ ଯନ୍ତ୍ରଣା କେବେ ।।


ଖରା କାକରକୁ ସହିଛି ଏ ଦେହ

ଖୋଜିନି କେବେବି ରାଜ ଉଆସ,

ଦରିଦ୍ରତା ଆସି ଜୀବନେ ଆମର

ଲିଭାଇ ପାରିନି ଓଠରୁ ହସ ।।


ପତାଇନୁ ହାତ ଦାନା ଗଣ୍ଡେ ପାଇଁ

ନିଜେ ଖଟି ଗଣ୍ଡେ ଖାଇଛୁ ଭାତ,

କରିବୁନି କେବେ ପର ଧନେ ଲୋଭ

ଥିବା ଯାଏ ଆମ ଏ ଦୁଇ ହାତ ।।


ଯାହା ମିଳେ ଗଣ୍ଡେ ବାଣ୍ଟି ଦେଲେ ଖାଇ

ପୁରିଯାଏ ଆମ ସଭିଙ୍କ ପେଟ,

ଜଣେ ଦେଲେ ହସି ସବୁ ହଉ ଖୁସି

ମରିଯାଏ ସତେ ଆମରି ଭୋକ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍