STORYMIRROR

Neelima Nivedita Behera

Others

4  

Neelima Nivedita Behera

Others

ଛୋଟ ଗୋଟେ କଥାବାର୍ତ୍ତା

ଛୋଟ ଗୋଟେ କଥାବାର୍ତ୍ତା

1 min
28K


 ଛୋଟ ଗୋଟେ କଥାବାର୍ତ୍ତା
****************

ନିହାଣ କହିଲା ଛୁଁ ନା ମୋତେ
ବେକଟାକୁ ଧରି ମୁହଁକୁ ବାଡେଇ
ସତ ତୁ କହିଲୁ ପାଉଛୁ କେତେ?

ପଥର କହିଲା କାଟୁଛି ସତେ
ଦେହସାରାଟାକୁ ଛେଛି ଛେଛି କରି
ବିକଳାଙ୍ଗ କି କରୁଛୁ ମୋତେ?

ସମୟ ମୁଚୁକି ହସିଲା, ଧିମି କହିଲା
ଥାଆ ତୁ ତେବେ..
ପଥର ଖଣ୍ଡେ ହେଇ ରାସ୍ତା କଡ଼ରେ
ବୁଲା କୁକୁରଟେ ମୁତିଦଉ ତୋ ଉପରେ
ରହିଥାଆ ତୁ ଗାଁ ଶେଷମୁଣ୍ଡ
ଶିଉଳିଲଗା ସେଇ ପୋଖରୀ ତୁଠରେ
ଛାଡୁଥାଉ ତୋ ଶିଉଳି ନିଇତି
ମକରା ସେଠୀର ଧୋ ଧୋ ଲୁଗା ପିଟାରେ।

ନିହାଣକୁ ଫେରାଇଲା ଆଖି, ଚୁପ୍କି କହିଲା
ରହିଯାଆ ତୁ ବି ସେଇମିତିରେ
ଧାର ତୋର ମରିଯିବ / ଧାତୁ ତୋର ସରିଯିବ..

ଆରେ..।
ମୁର୍ଖ, ଗଣ୍ଡ, ଅପାଳକ ହଳ
କଷ୍ଟ ତ ସୃଷ୍ଟିର ଆରମ୍ଭ ବିନ୍ଦୁ
ଯନ୍ତ୍ରଣାରେ ଥାଏ ସଫଳତା ଇନ୍ଦୁ
ବିଷଠାରୁ ଅମୃତକୁ ଅଲଗା କି କରିହୁଏ
ମନ୍ଥନ ହିଁ ଏକ ମାତ୍ର ଉପାୟ
ଦୁଇ ହେଲେ ଯାଇ ମିଳନ ଘଟେ
ସେ ସୃଷ୍ଟି ହେଉ କି, ହେଉ ସେ ସିନ୍ଧୁ।ା

ନୀଳିମା ନିବେଦିତା


Rate this content
Log in