STORYMIRROR

Kulamani Sarangi

Others

2  

Kulamani Sarangi

Others

ଛନ୍ଦା ଚରଣ ହେ!

ଛନ୍ଦା ଚରଣ ହେ!

1 min
2.4K


ଛନ୍ଦା ଚରଣ ହେ! ........................ ଛନ୍ଦାଚରଣ ହେ! ତୁମ ପାଦେ ବନ୍ଧା ଶରୀର,ମନ, ଚୈତନ୍ୟ, ଏ ଭବ ଫନ୍ଦାରୁ ଉଦ୍ଧାର କରହେ ପ୍ରଭୁ ଆରତ ନାଶନ। କଳାଚାନ୍ଦ ପାଦ ନଭଜିଲା ହୃଦ ମନ୍ଦ ବୁଦ୍ଧିରେ ମାତିଲି, ଛନ୍ଦରେ ପଡି ମୁଁ ପନ୍ଦର ଦିନରେ ଧରାକୁ ସରା ମଣିଲି। ସିନ୍ଧୁ ଥାଉଁ ଥାଉଁ ବିନ୍ଦୁଏ ପଛରେ ଧାଇଁଲା ତୃଷିତ ମନ, ବଂଧୁ ତୁମପରି ଥାଉଁ ଥାଉଁ କଲି ଇତର ପାଦ ବଂଦନ। କନ୍ଦୁକ ଖେଳକୁ ଛାଡି ସିନ୍ଧୁଯେମା ପତି ପାଦେ ଚିତ୍ତ ରହୁ, ତୁମରି ଖନ୍ଦାର ନିର୍ମାଲ୍ୟକୁ ପାଇ ତୁମ ପାଦେ ପ୍ରାଣ ଯାଉ।

କୁଳମଣି ଷଡଙ୍ଗୀ ଖଣ୍ଡପଡା


Rate this content
Log in