STORYMIRROR

Dharitri Das

Others

3  

Dharitri Das

Others

ଛନ୍ଦ ହୀନ ଜୀବନ

ଛନ୍ଦ ହୀନ ଜୀବନ

1 min
197

ନ ଜାଣେ ମୁଁ ଛନ୍ଦ କି କପଟ

ଜୀବନଟା ହେଉ ନିଷ୍କପଟ।

ଛନ୍ଦ ହୀନ ଜୀଵନ ଜୀଇଁବାରେ

ପାଇଥାଏ ମୁଁ ଆନନ୍ଦ ସଂସାରରେ।

ସତରେ ହେଉ ଅବା ଭ୍ରମରେ

ପକାଅନି ପ୍ରଭୁ ତୁମରି ମାୟାରେ।

କଟିଯାଉ ସଦା ଦିନଟି ମୋହର

ନିଷ୍କପଟ ଓ ଛନ୍ଦ ହୀନ ଭାବରେ।

ଏତିକି ଦୟା କର ହେ ପ୍ରାଣସାଇଁ

ଜୀବନଟା କଟିଯାଉ ତୁମରି ନାମ ଗାଇ।

ଛନ୍ଦ କପଟତା ଠାରୁ ମୋତେ ଦୂରେଇ

ସଦା ରଖିଥାଅ ଆହେ ଜଗତ ସାଇଁ।

ଶ୍ରୀପୟରେ ତୁମ କରୁଅଛି ପ୍ରଣତି

ଛନ୍ଦ ହୀନ ଭାବେ ଜୀବନ ଯାଉ ବିତି।


       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍