ଛାଇ ନିଦରେ
ଛାଇ ନିଦରେ
ଅପରାହ୍ନ ର ଇଚ୍ଛା
ପୁଣି ଫେରିଯାଆନ୍ତା
ସମୟକୁ ଖୋଜିବାକୁ
ସମୁଦ୍ର ବେଳା ବୁକେ
ପାଦଥରେ ଧୋଇବାକୁ
ସେଇଠୁ ବସି
ପତିତ ପାବନ ବାନାକୁ
ଥରେ ଚାହିଁ ନେତ୍ର ପଖାଳିବାକୁ
କିଛି ନ ଥାନ୍ତା ମାଗିବାକୁ
କିଛି ନ ଥାନ୍ତା ଖୋଜିବାକୁ
ଖାଲି ଜୀବନ ସରଳରେଖାରେ
ପୂର୍ଣ୍ଣଛେଦ ଟିଏ ସାଜିବାକୁ
ଅପରାହ୍ନ ର କ୍ଳାନ୍ତି
ତଥାପି ହାତ ଠାରି କହେ ଗ୍ରହାଣୁ
ଯଦି ତା ବାଟରେ ସିଏ
ଉଲକାପିଣ୍ଡ କେତେ ଭଲ ନୁହେଁ
ମନ ହୁଏ ଉଲକା ଟିଏ ହୋଇ
ପୂର୍ଣ୍ଣଛେଦ ଟାଣିବାକୁ ଚାହେଁ
ଭୁତାଣୁ ଓ ଗ୍ରହାଣୁ ଠାରୁ
କିଏ ଭଲ କିଏ ମନ୍ଦ
ବିଚାର କରୁଥାଉ ଯାହାର ଯିଏ
ଅପରାହ୍ନ କିନ୍ତୁ ଆଖିମାରୁଥାଏ
ଅଖି ପତା ଯେବେ ନଇଁ ଯାଏ.
