STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୨

Others

2  

ଓଡ଼ିଆ ଗଳ୍ପ ଓ କବିତା - ୨

Others

ଛଅ ଋତୁ କଥା

ଛଅ ଋତୁ କଥା

1 min
14.2K


ଗ୍ରୀଷମ ସରିଲେ ବରଷା ଆସେ,

ଆକାଶରେ କଳା ବାଦଲ ଭାସେ ।।

ସବୁଜିଆ ଦିଶେ ମରତ ଭୂଇଁ,

ବିଲେ ଚଳେ ଚାଷୀ ହରଷ ହୋଇ ।।

ବରଷା ପଛକୁ ଶରତ ଆସେ,

କାଶତଣ୍ଡି ଫୁଲ ସବୁଠି ହସେ ।।

ମାଆ ଦୁର୍ଗାଙ୍କର ପୂଜା ହୁଅଇ,

ଧରାର ସୁସମା ମନ କିଣଇ ।।

ଶରତ ସରିଲେ ଆସେ ହେମନ୍ତ,

ସକାଳୁ କାକର ପଡ଼େ ବହୁତ ।।

ଘରେ ମାଣବସା ଲକ୍ଷ୍ମୀଙ୍କ ପୂଜା,

ଗେଣ୍ଡୁ ଫୁଲେ ମହୀ ହୁଅଇ ସଜା ।।

ଶୀତ ଆସିଥାଇ ହେମନ୍ତ ଶେଷେ,

ଦେହ ଥରିଉଠେ ଶୀତ ପରଶେ ।।

ନାନା ପରିବାକୁ ଫଳାଏ ଶୀତ,

ସୁନା ଧାନ ସାଥେ ଭରଇ କ୍ଷେତ ।।

ଶୀତ ପରେ ଆସେ ଋତୁ ବସନ୍ତ,

ଆମ୍ବବନୁ ଶୁଭେ କୋଇଲି ଗୀତ ।।

ମଳୟ ସହିତ ଫୁଲ ମହକ,

ଚହଟାଇ ଦିଏ ସାରା ମୁଲକ ।।

ବସନ୍ତ ଶେଷରେ ଗ୍ରୀଷମ ଆସେ,

ଜଳି ଉଠେ ଧରା ଖରାର ଧାସେ ।।

ନଈ, ନାଳୁ ଶୋଷି ନିଅଇ ପାଣି,

ତା’ପରେ ଆସଇ ବରଷାରାଣୀ ।।

ବରଷକ ଅଟେ ବାରଟି ମାସ,

ଛଅଟି ଋତୁରେ ହୁଅଇ ଶେଷ ।।

ଏକ ଋତୁ ଅଟେ ଦୁଇଟି ମାସ,

ଛଅ ଋତୁ କଥା ଏଇଠି ଶେଷ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍