STORYMIRROR

Kulamani Sarangi

Others

2  

Kulamani Sarangi

Others

ଚଡେୟା ଗୀତ (ପଲ୍ଲୀ କବିତା)

ଚଡେୟା ଗୀତ (ପଲ୍ଲୀ କବିତା)

1 min
289


ପଲ୍ଲୀ କବିତା

(ଚଡେୟା ଗୀତ)


ଆକାଶରେ ମଲାଜହ୍ନ

ଦୂର ବନେ ଶୁଭେ ବଇଁଶୀ ସ୍ୱନ,

ଚଡେୟାରେ,

କହ୍ନେଇକି ଝୁରେ ରାଧା ମନ।


ବାଉଁଶ ନଳଟି ଧରି,

ଯାଇଥିଲୁ ପରା ମହେନ୍ଦ୍ର ଗିରି

ଚଡେୟାରେ,

କିଏ କଲା ତୋର ମନ ଚୋରି ?


ମହେନ୍ଦ୍ର ଡାମେରା କୁଆ

କାହାଘରେ ତହିଁ ହେଲୁ କୁଣିଆ

ଚଡେୟାରେ,

କିଏ ତୋର ଚଡେୟାଣୀ ନୂଆ ?


ଖରା ମାରେ ଟାଇଁ ଟାଇଁ

କା'ଘରେ ରହିଲୁ ମହୁଲୀ ପିଇ

ଚଡେୟାରେ

ତୋର ଅକଲ କେ ଦେଲା ଖାଇ?


ଚଡେୟା କଲୁ ଫିକର,

ପିଲା ଛୁଆ ବାନ୍ଧି କାନିରେ ମୋର

ଚଡେୟାରେ,

କାହିଁ ଗଢିଲୁ ନୂଆ ସଂସାର ?


ମହୁଲ ଫୁଲ ବାସନା,

ଗଦ ସୁଙ୍ଘେଇଲା କୋଉ ନବୀନା,

ଚଡେୟାରେ,

ମୋର ଘର ଭେଣ୍ଡି ହେଲା ସୁନା।


ପଠାଣ ଘରକୁ ଗଲି,

କହୁଣିରେ ଡେଉଁରିଆ ବାନ୍ଧିଲି

ଚଡେୟାରେ,

ଗୁଣି କରିଚି ଫେରିବୁ ବୋଲି।


ଭଇରବୀ ଯେବେ ଥିବ,

ଯୋଗିନୀ ଖାଇ କି ପେଣ୍ଡେରା ନବ,

ଚଡେୟାରେ,

ମୋର ହାଇ ଯାକ ବରଷିବ।


ଶିବ ମହେନ୍ଦ୍ର ଗିରିର

ସବୁ ଦେଖୁଚନ୍ତି ପାର୍ବତୀ ବର,

ଚଡେୟାରେ,

ପୋଡିଯାଉ ସଉତୁଣୀ ଘର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍