STORYMIRROR

Pratima Das

Others

2  

Pratima Das

Others

ଚାଷୀ

ଚାଷୀ

1 min
211


କବିତା -୫

ପ୍ରତିମା ଦାସ।


ଅକ୍ଷି ତୃତୀୟାର ମୁଠି ଅନୁକୂଳରେ ବରଷାର ଛଟା,

ପାହନ୍ତି ପହରର ହଳବୁଲା--ଗୀତରେ ଆନ୍ଦୋଳିତ ବିଲପାଟ ଅଳପ ବୁଝା ଅନେକ ଅବୁଝା ,

ରାମ.... ଯେ... ଲକ୍ଷ୍ମଣ ....ଗଲେ... ବନବାସ

କୁଆଁରୀ ଛାତିରେ ଛାତିଏ ସପନ ନେଇ, ତଳି ରୋଉଥିବା

ବିଶାଖା ନଳିତା,

ରଥ, ବାହୁଡ଼ା, ଧାନ ବିହୁଡ଼ା

ମଗୁଶୀରର ଗେରୁଲିପା କାନ୍ଥ ଝୋଟି ଚିତା...

ପୁଷର ଅଭାବି ଧାନବିକ୍ରି ରୋଜଗାରରେ

ବର୍ଷ ତମାମ ଖର୍ଚ୍ଚର ଦବାନବା, ଭିଡାଭିଡ଼ି ଅଭାବ ଅନାଟନ

ଭିତରେ ବି ପୁରିଉଠୁଥିବା ଆତମା

ମାଘର ହାଡ଼ଭଂଗା ଜାଡ଼ରେ ନେତୀ ବୋଉ ହେଁସତଳେ

ପଖାଳ, ଶାଗଖରଡା ଖାଇ ଚାରିପହରିଆ ଖଟିଥିବା ଦିହରେ

ସାଁଉଟୁ ଥିବା ଉଷ୍ମତା,

ହେଁସତଳର ସ୍ବପ୍ନ ହସିବା ଆଗରୁ, ଅଭାବ ଅନାଟନରେ

ଆଦେରି ଥାନ୍ତି ଲମ୍ବା ନିଦ୍ରା,

ଏହି ଆଶାରେ

ପୁଣି ଆରସନ ଧାନ ଅମଳ ବେଳକୁ ହୁଏତ ମିଳିଯିବ କିଛି ରାସ୍ତା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍