STORYMIRROR

Debabrata Jena

Others

3  

Debabrata Jena

Others

ଚାଲ ଗଛ ଲଗାଇବା ...

ଚାଲ ଗଛ ଲଗାଇବା ...

1 min
203


ପୃଥିବୀ ଅଧୁନା ସଂକଟେ ପଡିଛି

ପରିବେଶ ପ୍ରଦୂଷଣେ

ଜୀବଜଗତର ଭବିଷ୍ୟତ ଆଜି

ରହିଅଛି ସନ୍ଧିକ୍ଷଣେ ।।


ଭାରସାମ୍ୟ ହାରି ପରିବେଶ ଆଜି

ଅସନ୍ତୁଳିତ ହେଲାଣି

ବାୟୁ ,ଜଳ ଆଉ ମୃତ୍ତିକା ସଙ୍ଗତେ

ପ୍ରଦୂଷିତ ଆଜି ଧ୍ୱନି ।।


କାରଖାନା ,ଯାନବାହନ ପ୍ରଭାବେ

ବିଷମୟ ଆଜି ବାୟୁ

ଦୂଷିତ ଗ୍ୟାସର ପ୍ରଭାବେ ଅଧୁନା

କମିଲାଣି ଆମ ଆୟୁ ।।


ଓଜୋନରେ ରନ୍ଧ୍ର ଅମ୍ଳବୃଷ୍ଟି ସଙ୍ଗେ

ସବୁଜ ଗୃହ ପ୍ରଭାବ

ଶ୍ଵାସ ରୋଗ ,ଚର୍ମଜନିତ ରୋଗ ଯେ

ତାହା ଯୋଗୁଁ ଆବିର୍ଭାବ ।।


ଆଧୁନିକ କୀଟନାଶକ ପ୍ରଭାବେ

ପ୍ରଦୂଷିତ ହୁଏ ଜଳ

କାରଖାନା ବର୍ଜ୍ୟବସ୍ତୁ ନିର୍ଗମନେ

ଜୀଵ ବିପଦ ସଂକୁଳ ।।


ବିଜ୍ଞାନ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗେ

ପ୍ରଗତି କରିଛୁ ଯେତେ

ପ୍ରଦୂଷଣ ରୂପୀ ରାକ୍ଷସ ଆମକୁ

ଗିଳି ବସିଲାଣି ସେତେ ।।


ଜଙ୍ଗଲର କ୍ଷୟ ,ତାପମାତ୍ରା ବୃଦ୍ଧି

ଋତୁର ପରିବର୍ତନ

ଅକାଳରେ ବନ୍ୟା, ଅନବୃଷ୍ଟି ଆଜି

ବଢ଼ଇ ଦିନକୁ ଦିନ ।।


ଏବେ ବି ସମୟ ଅଛି ସୁଧୀଜନେ

ଚାଲ ଆମେ ବଦଳିବା

ନୂତନ ଜଙ୍ଗଲ ସୃଷ୍ଟି କରି ଆମେ

ପରିବେଶ ବଞ୍ଚାଇବା ।


ଭୋଗରାଇ ,ବାଲେଶ୍ଵର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍