STORYMIRROR

Gourgopal Das

Others

4.7  

Gourgopal Das

Others

ଚାଲ ଆମେ ଉଡିଯିବା

ଚାଲ ଆମେ ଉଡିଯିବା

1 min
734




ଏମିତି ଜୀବନ

ମିଳିବା ନ ମିଳିବା

ପାଇବା ନ ପାଇବା

ଦୋ ଦୋ ପାଞ୍ଚ ହେବାର

ସମୟ ଏ ନୁହେଁ....

ପ୍ରଖର ବେଗରେ ଗତି

କରୁଛି ଜୀବନ

ତା ସହିତ ତାଳ ଦେଇ

ତାକୁ ଆପଣେଇ ନେଇ

ଚାଲୁ ନା

ଉଡି ଯିବା ଜହ୍ନ ସେ ପାରିକୁ

ଲୁଚି ବସି ତୋଳୁ ଥିବା

ଗୋଟି ଗୋଟି ତାରା

ନା ଥିବ ସକାଳ ସେଠି

ନା ଭୟ ଥିବ ଅନ୍ଧାର କୁ ?

ମେଲିଦେବା ଗପର ପସରା

ଅଦଳ ବଦଳ ହେଉଥିବ

ମୁଁ କେବେ ତୁ କେବେ

ପଣ୍ଡିତ ଆଉ ଅବୋଲକରା....

ସୁଖ ଦୁଃଖ ହସ ଲୁହ

ଅଛି ନାହିଁ ଦାପଟରୁ ମୁକ୍ତି

କେବେ ଯଦି ଇଚ୍ଛା ହେବ

ଦୁହେଁ ମିଶି ପରଖିବା

ବିଶ୍ବ ବ୍ରହ୍ମାଣ୍ଡ କୁ

ଦୂରବୀନ୍ ଆଖିରେ ଲଗାଇ

ଉଲ୍ଲସିତ ମନ ଯେବେ

ତୃପ୍ତିରେ ମତୁଆଲା ହେବ

ଶୋଇଯିବା ପରସ୍ପର

କାନ୍ଧେ ମୁଣ୍ଡ ଥୋଇ ।


.....ଗୌରଗୋପାଳ ଦାସ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍