STORYMIRROR

Dr.Sashi Bhushan Mohapatra

Others

3  

Dr.Sashi Bhushan Mohapatra

Others

ଚା'

ଚା'

1 min
437


ଚା'ର ସ୍ୱାଦ ନାହିଁ

ଯଦି ଚା'ରେ ମଜା ନାହିଁ

ସ୍ୱାଦ ଅଛି, ମଜା ଅଛି

ସେ ଚା'ର,

ଯଦି ଛୁଇଁଯାଏ

ସେ ଚା' କପରେ

ଅଙ୍ଗୁଳି ତା’ର |


ଝୁଙ୍କି ଝୁଙ୍କି

ନୁଆଁଇ,ନୁଆଁଇ ଆଖି

ଚୁମି, ଚୁମି

ତା' ଅଙ୍ଗୁଳି ଚିହ୍ନ ,

ପିଇଯାଏ ଓଠ

ପଲକେ

ତା' ବନା ହୁଆ

କଡ଼ା ଚା' ନିତି |


ଅତି ଚା' ଭଲ ନୁହେଁ

ଏତେ ଚା' ଠିକ ନୁହେଁ

ସେ କହେ |

ବାରମ୍ବାର ନୁହେଁ

ଆଉ ମାତ୍ର କପେ ଚା'

ମୁଁ କହେ |

ପୁଣି ବନାଏ ସେ ଚା'

କହେ ନାହିଁ କିଛି

କହେ କିନ୍ତୁ ଅନ୍ୟ କିଛି

ପାଖେ ବସି ବାରମ୍ବାର |



Rate this content
Log in