ବ୍ୟଥା
ବ୍ୟଥା
( ପରାଜିତ ନାୟକର ବିଳାପ -୧ )
ସେଦିନର କଥା ସବୁ ଏବେ ବି ବ୍ୟଥା ଦିଏ
ତୁମକୁ ବାର ବାର online ଦେଖି
ଖୁବ ଚିଡା ଲାଗୁଥିଲା
ମୋର ଅନିଚ୍ଛା ସତ୍ୱେ ତୁମେ online
exam ପାଇଁ seirious ହେଇବି online
ଜାଣିନି ସେଦିନର ସେ ଅଭିମାନ ଆଜି କୋଉ ଏକ
ରାକ୍ଷସ ସାଜି ମୋତେ ଆବୋରି ବସିଛି
ସେଇଟା ମୋର ଭଲପାଇବା ଥିଲା ନା,
ଦୂରତାର ସୂତ୍ରପାତ କରୁଥିବା ଏକ ନିର୍ଦୟ ସଂକେତ
କାହାଠୁ ବି ପାଏନି ଏହାର ସଠିକ ଅଭିମତ ।।
ହେଲେ ଆଜିବି ଆଖି ତୁମକୁ ଖୋଜେ online ଗଲେ 2ମିନିଟ ଅନ୍ତରରେ ଥରେ ତୁମକୁ ଖୋଜେ
ତୁମ dp ଦେଖେ , quotes ଚେକ୍ କରେ,
statusର ଅପେକ୍ଷାରେ ଥାଏ
କାଳେ ସେଇଟା ମୋ ପାଇଁ ହେଇଥିବ
କିନ୍ତୁ ଆଖି ଥକି ପଡେ,ହେଲେ ଇଛା କମେନି
କାହିଁକି କେଜାଣି ଆହୁରି ବଢ଼ି ଚାଲେ
ବିନା replyରେ ବି ଦେଖିବାକୁ ଇଛା ହୁଏ
ମନେ ମନେ ତୁମ ସହ କେତେ କଥା ହୁଏ ।।
ମୁଁ ଜାଣିଛି ତୁମେ ଆଉ ମୋର ହେଇ ନାହଁ
କେମତି ହବ ଯେ,ମୁ କଣ କେବେ ଭଲ ପାଇଛି କି
ମୁଁ ତ ମୋ ଭିତରେ ତୁମକୁ ଖୋଜିଛି
ସନ୍ଦେହ କରିଛି, ତୁଛାରେ ରାଗିଛି
ହେଲେ ମିଛୁଟାରେ
ଭାବିଥିଲି ତୁମେ ମନେଇ ନେବ ।।
ତୁମକୁ ହରେଇବାର ଭୟ
ଆଜିବି ମୋତେ ଖାଇ ଗୋଡାଏ
ଅକୁହା ଭୟଟା କେତେ ପ୍ରଶ୍ନ ପଚାରେ
ମୁଁ କରିଥିବା କାମ ଟା ଠିକ ନା ବେଠିକ
କୋରି ହେଇ ପଡେ ଅନ୍ତର ଭିତରଟା
ବିଳାପ ସବୁ ପ୍ରତିଯୋଗିତା କରନ୍ତି
ବାହାରକୁ ବାହାରି ଆସିବାକୁ
ହାଏ, ହାରିଯାନ୍ତି ସବୁ
ଏ ଛାତି ଦେହରେ ପିଟି ହେଇ
ତୁମ ଫେରିବା ବାଟକୁ ଚାହିଁ ।।
ରାଜେନ୍ଦ୍ର ଗିରି
ଭୋଗରାଇ,ବାଲେଶ୍ୱର,୭୫୬୦୭୯
