STORYMIRROR

Pratima Das

Others

3.3  

Pratima Das

Others

ବ୍ୟାସଙ୍କୁ ପ୍ରଶ୍ନ

ବ୍ୟାସଙ୍କୁ ପ୍ରଶ୍ନ

1 min
4.8K


ପ୍ରତିମା ଦାସଙ୍କ ****ବ୍ୟାସଙ୍କୁ ପ୍ରଶ୍ନ ****


ଯାଞସେନୀ ଯେ କାଷ୍ଠ ଘୃତ ଅଗ୍ନି ଶିଖାରୁ ସମ୍ଭୁତା

ବ୍ଯାସଙ୍କ ଅନନ୍ୟ କାବ୍ୟ ମହାଭାରତର ନାୟିକା

ବାସ୍ତବତା

ନଥିବା ସଂସାରର କଠୋର ଚରମ ଦୃଷ୍ଟାନ୍ତର ଆବାହିକା

ଯାହାଙ୍କର ନଥିଲା ପିଲାଦିନ ଧୂଳିଘର ବାଳୁତ ଅବସ୍ଥା

ଯେ ଥିଲେ ଆଜନ୍ମା ତରୁଣୀ ପଦ୍ମଗନ୍ଧା ପୂର୍ଣ ଯୌବନ ପ୍ରାପ୍ତା

ତଥାପି ନଥିଲା ତାଙ୍କ ବରଚୟନର ସାମାନ୍ୟ କ୍ଷମତା

ନାମକୁ ମାତ୍ର ସ୍ବୟଂବର ଯେଉଁ ସର୍ତରେ ଥିଲା ଅତ୍ୟନ୍ତ ଜଟିଳତା

ହେ ବ୍ୟାସ!ସେତ ଥିଲେ ପ୍ରସ୍ତୁତା ହେବାକୁ ନୀଳମଣିଙ୍କ ସମର୍ପିତା

ତାଙ୍କ ଇଚ୍ଛା ଅନିଛାର ସମ୍ମାନ ନଜଣାଇ ବୁଝାଇ ଦିଆଗଲା

ହେ କୃଷ୍ଣା! ଏ କୃଷ୍ଣ ନିର୍ଦିଷ୍ଟ ଜନ୍ମ ପୂର୍ବରୁ ତୁମେ ପ୍ରତିଞାବଦ୍ଧା


କେବଳ ତୁମେ ଯଞ ଆବିର୍ଭୂତା ଧର୍ମ ସଂସ୍ଥାପନା ଅର୍ଥେ।

ଏବଂ ପିତାଙ୍କ ପ୍ରତିଶୋଧ ଓ ପ୍ରତିଞା ପୂରଣ ନିମନ୍ତେ

କୁଆଡ଼େ ଯାଇଥିଲେ ବୀରପୁଂଗବ କୃଷ୍ଣ ପାଣ୍ଡବ ଭୀଷ୍ମ ଦ୍ରୋଣ ସମସ୍ତେ

କ'ଣ? ନଥିଲାକି ସାମର୍ଥ୍ୟ ସେମାନଙ୍କ ପାଖେ ବିଶ୍ୱ କଲ୍ୟାଣ ନିମନ୍ତେ?


ନିଜ ରଚନା ଶୈଳୀର ଞାନ ଗାରିମା ବଖାଣିବା ଅର୍ଥେ

ନଥିଲାକି ଦ୍ରୌପଦୀଙ୍କ ଛଡ଼ା ଅନ୍ୟ ମାଧ୍ୟମ ତୁମ ହାତେ?

ତେଣୁ ତୁମ ପ୍ରୟୋଗ ଶାଳାର କୃଷ୍ଣା ରହିଲେ ଏକ ବସ୍ତୁ ରୂପେ

ବାଣ୍ଟି ଦେଲ ପାଂଚାଳୀଙ୍କୁ ପଣ୍ୟଦ୍ରବ୍ୟ ପରି ପାଂଚଭାଇ ମଧ୍ୟେ

ଆଜିଯାଏଁ ଯୌନବିକାରଗ୍ରସ୍ତ ମଣିଷ ବାରନାରୀ ବୋଲି କହିଥାଏ ବ୍ୟଂଗେ ।

ଅବା ଭୁଲିଗଲ ଅଂହକାରେ, ଢାଳିଦେଲେ ଚଳିବସବୁ ନାରୀ ମସ୍ତକେ

ତା ପରିଣାମ ଭୋଗୁଛି କରୁଛି ଦୁନିଆଁ, ଚାଲି ଚାଲି ତୁମ ଗୁଳା

ପଡିଥିବା ରାସ୍ତେ

ସହି ସହି ନାରୀ ପାଷାଣୀ କେବେତ,ପୁଣି ଚାଲୁଥାନ୍ତି ଦୁର୍ଗମ

ପଥେ

ହେ ବ୍ୟାସ!!

ତୁମ ରଚନା କ'ଣ ମୋଡ ନେଇ ସୃଷ୍ଟି କରିପାରି ନଥାନ୍ତା ଅନ୍ୟ ଏକ ବଳିଷ୍ଠ ଚରିତ୍ର ଯତ୍ନେ ?

ଯେଉଁଠି ନାରୀର ନିଜସ୍ବ ମତାମତ ପସନ୍ଦ ନାପସନ୍ଦ ଅଧିକାର

ଶକ୍ତି ବଳ ଥାନ୍ତା ତାର ହାତେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍