ବଉଳ ଫୁଲ -ରୀତା ଅପରlଜିତା
ବଉଳ ଫୁଲ -ରୀତା ଅପରlଜିତା
1 min
137
କୋଇଲିର କୁହୁ ତାନରେ ମନ ହଜିଗଲା
ବଉଳଫୁଲ ର ମହକରେ
ମନ ଆନମନା ହେଲା
ମୌସୁମୀ ର ପ୍ରଥମ ଛୁଆଁ
ଧରଣୀରେ ପଡିଗଲେ
ଯେଉଁ ଖୁସି ଅନୁଭବ କରୁଛି
ମୁଁ ବି ଗୁଣୁଗୁଣୁ ଗୀତ ଗାଏ
ଫୁଲ ରସିଆ ରେ ମନମୋର
ଛୁଇଁ ଛୁଇଁଯା।
ମନ ଝରକା ଖୋଲି
ଖାଲି ଦେଖିଲି ବର୍ଷା କୁ
ଓଦା ହେଲିନି ଜାଣି ଜାଣି
କିଛି ତାତି ଏମିତି ରହିଗଲେ ଭଲ
ସବୁ ନିଆଁ ବର୍ଷା ଜଳ ବି ଲିଭେଇ ପାରେନି।
ଯେମିତି ଯେତେ ଦୁଃଖ ଥିଲେ ବି
କିଛ ଲୁହ ରହିଯାଏ ଆଖି କୋଣ ରେ।
