STORYMIRROR

pranati Mahapatra

Others

5.0  

pranati Mahapatra

Others

ବୁଲିଯିବା ଆଜି ବୌଦ୍ଧ ଜିଲ୍ଲା

ବୁଲିଯିବା ଆଜି ବୌଦ୍ଧ ଜିଲ୍ଲା

1 min
83

ବୁଲିଯିବା ଆଜି ବୌଦ୍ଧ ଜିଲ୍ଲା


ବୌଦ୍ଧ ଜିଲ୍ଲା ଓଡ଼ିଶାର ପ୍ରଶାସନିକ ଜିଲ୍ଲା

ଓଡ଼ିଶାର ଦକ୍ଷିଣ ପଶ୍ଚିମେ ଅବସ୍ଥିତ ଏହା

ଏ ଜିଲ୍ଲାର ବୌଦ୍ଧ ଅଟେ ପ୍ରଶାସନିକ ସହର

ବଉଦ ନାମେ ପରିଚିତ ବୌଦ୍ଧ ସହର।(୧)



 ଉତ୍ତରରେ ମହାନଦୀ ଆଉ ଅନୁଗୁଳ ଜିଲ୍ଲା,

ପଶ୍ଚିମରେ ତେଲନଦୀ ସୁବର୍ଣ୍ଣପୁର ଜିଲ୍ଲା

ପୂର୍ବେ ନୟାଗଡ଼ ଦକ୍ଷିଣେ କନ୍ଧମାଳ ଜିଲ୍ଲା।

ସୁଷମା ଶୋଭିତ ଅଟେ ବୌଦ୍ଧ ଜିଲ୍ଲା।(୨)



୩,୦୯୮ ବର୍ଗ କି.ମି ୪୪୧୧୬୨ଜନସଂଖ୍ୟା

୬୧.୫୭ସାକ୍ଷରତା ହାର,

ତିନୋଟି ବ୍ଲକ ବୌଦ୍ଧ ହରଭଙ୍ଗା କଣ୍ଟାମାଳ

୧୧୮୨ ଗ୍ରାମ ଏ ଜିଲ୍ଲାର। (୩)



ମହାଦେଶୀୟ ଜଳବାୟୁ ଏ ଜିଲ୍ଲାର 

ଗ୍ରୀଷ୍ମେ ଗରମ ଅଧିକ ଶୀତେ ବଡ଼ ଶୀତ

ବର୍ଷାରେ ଗରମ ଆର୍ଦ୍ରତା ଅଧିକ

ବୁଣାକାର ସୁତା ଲୁଗା ବୁଣାରେ ନିୟୋଜିତ।(୪)



ଧାନ ଗହମ ମକା ମାଣ୍ଡିଆ ମୁଗ ବିରି

କୋଳଥ ବାଦାମ ସୋରିଷ,

କ୍ଷୁଦ୍ର ଶିଳ୍ପ ବୌଦ୍ଧର କରନ୍ତି

ଅର୍ଥନୀତି କୁ ସୁଦୃଢ଼ ।(୫)



ଚୁଡାଖାଇ ଯାତ୍ରା ରଥଯାତ୍ରା ଲକ୍ଷ୍ମୀ ପୂଜା

ନୂଆଖାଇ ଦୋଳଯାତ୍ରା,

ଶିବରାତ୍ରି ପୁଅ ଜିଉନ୍ତିଆ ଇଦ ଉଲ ଫିତର

ଏକ୍ସ ମାସ ରାମଲୀଳା।(୬)



ନାୟକପଡା ଗୁମ୍ଫା ପୌରାଣିକ

ବାର୍ତ୍ତା ବହନ କରେ,

ସାଧୁ ସନ୍ଥ ସୈନ୍ୟାସୀଙ୍କ ଆଶ୍ରୟ

ସ୍ଥଳୀ ଯେ ଏହିଠାରେ।(୭)


ଶୋଭନ ରାଜାଙ୍କ ସମୟେ

ରକ୍ତବାହୁ ଜବନ ରାଜା 

ପୁରୀ କଲା ଆକ୍ରମଣ,

ଭଞ୍ଜ ଶାସକ ଅଘ୍ରଦେଶ

ଗୋପାଳୀ ଗ୍ରାମରେ

ପାତାଳୀ କଲେ ପ୍ରଭୁଙ୍କ।(୮)


ଭୈରବୀ ଜଗତି ଚାରିଶମ୍ଭୁ

ରାମେଶ୍ବର ମନ୍ଦିର,

ମାଲିସାହି ରମାନାଥ ମନ୍ଦିର ପରିସରେ

ଅଛି ତିନୋଟି ମନ୍ଦିର।(୯)



ସୋମୋନାଥ ଭୁବନେଶ୍ୱର କପିଳେଶ୍ୱର ନାମେ

ସାତକୋଣ ବିଶିଷ୍ଟ ତାରାକା ସଦୃଶେ

ମନ୍ଦିର ଗୁଡିକ ନିର୍ମିତ କୁଣ୍ଡା ପଥରରେ

ପୁଣି ନିର୍ମିତ ବିରଳ ଡାଲିମ୍ବ ପଥରରେ ।(୧୦)




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍