STORYMIRROR

Sunanda Mohanty

Others

3  

Sunanda Mohanty

Others

ବୁଝି ଯାଇଛି

ବୁଝି ଯାଇଛି

1 min
137

ମୁଁ ବି ଆଉ ପଚାରୁନି ତାରାମାନଙ୍କ ଠିକଣା

ମଣିଷ ମନ କଥା ତାଙ୍କୁ ନିହାତି ଅଜଣା

ସେମାନେ କଣ ଗଢ଼ିପାରିବେ କୋଣାର୍କ

ନା ଆଙ୍କି ପାରିବେ ବାଲୁକାରେ ଜଗନ୍ନାଥ

ନା ରୋକି ପାରିବେ ଜୁଆରିଆ ସମୁଦ୍ରକୁ

ଫୁଲେଇ ଗେହ୍ଲେଇ ହୋଇ ଆଖିମିଟିକା ମାରିଲେ

କାହାର ଦୁଃଖ ହଜିବନି ହୋଇ ବାଟବଣା

ଅଭିଆଡି ମଙ୍ଗୁଳା କନ୍ୟାର ପାଉଣା

ଅନ୍ଧ କି କହିପାରିବ କାହିଁକି ନିଉଛଣା

କଳିହୁଡ଼ି ଶାଶୁ ନିଉତୁଣି ବୋହୁକୁ କାଇଁ ଗଞ୍ଜଣା

ନା କରିପାରିବ କାହାକୁ ଆପଣା

ନା ଦେଇପାରିବ ଅନ୍ତିମ ଠିକଣା

ନା ନେଇପାରିବ ଆଖି ମେଘର ବରଣା

ନା ଝୁଲାଇ ପାରିବ ଅରକ୍ଷିତ ପିଲାର ଝୁଲଣା

ନା ଉଠାଇ ଆଣି ଦେଇପାରିବ ଶବକୁ କରୁଣା

ତ ତାରାମାନଙ୍କୁ ଚାହିଁ ଚାହିଁ ଚାତକିନୀ ଜମା ହୁଅନା

ଓଁ ଶାନ୍ତିର ତୃପ୍ତି ପାଇଁ ଏହା ମୁଗ୍ଧ ମନ୍ତ୍ରଣା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍