ବସନ୍ତ
ବସନ୍ତ
1 min
724
ଜାଣି ବସନ୍ତର ଆଗମନ,
ପୁଷ୍ପବତୀ ହେଲେ ଏବେ ଚ୍ଯୁତ ଦ୍ରୁମ,
ଟାଣେ ଷଟ୍ପଦ ଙ୍କର ମନ।
ତାକୁ ଆଲିଙ୍ଗନେ ନେବା ପାଇଁ,
କେତେ ଦୂରୁ ଛୁଟି ଆସିଛି ଷଟ୍ପଦ,
ଦୁଇ ବାହୁକୁ ମେଲେଇ।
ମୃଦୁ ମଳୟର ତାଳେ ତାଳେ,
ବାମରୁ ଦକ୍ଷିଣ ଦକ୍ଷିଣରୁ ବାମ,
ଦୋଳୁଥାଏ ମନ ଭୋଲେ।
ଯେହ୍ନେ କହୁଥିଲା ନାହିଁ ନାହିଁ,
ଆଜି ପରା ପୁଷ୍ପବତୀ ମୁଁ ହୋଇଛି,
ରହ, ସପ୍ତ ଦିବା ଯାଉ ପାହି।
ଧର୍ଯ୍ୟ ଧର ମାତ୍ର ସାତ ଦିନ,
ତାହାପରେ ତୁହି ଆସ ମୋ କତିକି,
ତୋର ମନ୍ମଥ କରିବି ପୂର୍ଣ୍ଣ।
କୁମୁଦବନ୍ଧୁ
