STORYMIRROR

कार्त्तिक सेठी

Others

3  

कार्त्तिक सेठी

Others

ବସନ୍ତ ସକାଳ

ବସନ୍ତ ସକାଳ

1 min
746


ସକାଳ ଖରାରେ ତୁମ ମୃଦୁଛୁଆଁ
କେତେ ମିଠା ଲାଗେ ସତେ
କୋଇଲି ର କୁହୂ ଲାଗେ ସତେ ମହୁ
ବଇଁଶୀ ର ଯାଦୁମତେ ।।

ବସନ୍ତ ର ଏଇ ଅମୃତ ବେଳାରେ
ପରାଣ ଉଛୁଳି ଉଠେ
ସୁଗନ୍ଧ ପ୍ରସାରି ଆମ୍ଵ ବଉଳ ଟି
"ଋତୁରାଜ ଆସ" ରଟେ ।।

ଉଲ୍ଲାସ ଭରିଛ ତୁମ ଚିତ୍ରପଟ୍ଟେ
ଆହେ ବିଶ୍ଵ ଚିତ୍ରକର
ହଜାଇ ଠିକଣା ପ୍ରେମ ର ଅଗଣା
ଭାବରେ ମତ୍ତ ବିଭୋର ।।

କବି,ଗୁଣୀ ,ଜ୍ଞାନୀ କୃଷକ ବିଜ୍ଞାନୀ
ସର୍ବେ ଥା'ନ୍ତି ହରଷିତ
ଦୁର୍ଲଭ ସକାଳ ଦୂରାଏ ଅମେଳ
ହୃଦୁ ସ୍ଵତଃ ଆସେ ଗୀତ ।।


Rate this content
Log in