STORYMIRROR

Jayashree Maharana

Others

3  

Jayashree Maharana

Others

ବସନ୍ତ ରାସ

ବସନ୍ତ ରାସ

1 min
197


ବସନ୍ତ ରାସରେ ମଗ୍ନ ରାଇ ଦାମୋଦର

ହସ୍ତେ ଧରି ମୁଠା ମୁଠା ପ୍ରୀତିର ଅବିର

ଶୁଭଲଗ୍ନେ ରଙ୍ଗାୟିତ ଦୁହିଁଙ୍କ ଶରୀର

କି ଅପୂର୍ବ ଦୃଶ୍ୟ ସତେ ଦେଖୁଛି ସଂସାର ।


ଦୁଇ ମନ ଦୁଇ ପ୍ରାଣ ହୋଇ ଏକାକାର

ବାଣ୍ଟୁଛନ୍ତି ଭାବରାଶି ସେନେହ ଶ୍ରଦ୍ଧାର

ଦୋଳିପରେ ଝୁଲୁଛନ୍ତି ଆହା କି ସୁନ୍ଦର

ବିମୋହିତ କରୁଅଛି ବଇଁଶୀର ସୁର ।


ମୃଦୁ ମଳୟରେ ଭାସେ ସୁଗନ୍ଧ ପ୍ରେମର

ସେ ପ୍ରେମରେ ହଜିଅଛି ମନ ଗୋପୀଙ୍କର

ନୃତ୍ୟେରତ ମନପ୍ରାଣ ଦୁଇ ପ୍ରେମୀଙ୍କର

ଶୁଭଲଗ୍ନ ଆସିଅଛି ହର୍ଷ ଉଲ୍ଲାସର ।


ଭୁଲିଯାଇ ହିଂସାଦ୍ଵେଷ ସ୍ୱାର୍ଥ ଅହଂକାର

ପୂଜୁଛନ୍ତି ବିଶ୍ୱବାସୀ ଦୁହିଁଙ୍କ ପୟର ।



Rate this content
Log in