ବସନ୍ତ ପଞ୍ଚମୀ
ବସନ୍ତ ପଞ୍ଚମୀ
ଚୋରା ବସନ୍ତର ଶୀତଳ ସମୀର
କୋଇଲିର କୁହୁ ଗୀତ
ସ୍ଵାଗତ କରୁଛି ଅୟି ମା ଶାରଦେ
ବାଇ ଜ୍ଞାନ ବୀଣା ଯନ୍ତ୍ର
ଶୁଭ ଦୃଷ୍ଟିପାତେ ମାତ ସରସ୍ଵତୀ
ଅବିଦ୍ୟା ଅଜ୍ଞାନ ଅନ୍ଧାର ଦୂରେଇ
ଝଳେ ଜ୍ଞାନାଲୋକ ଦ୍ଵିତିଏ
ଶୁଭ ଦୃଷ୍ଟିପାତେ ମାତ ସରସ୍ଵତୀ
ଝଳୁ ଜ୍ଞାନାଲୋକ ଦ୍ଵିତି।।
ଶ୍ଵେତାମ୍ଵର ଧରା ଶ୍ଵେତପଦ୍ମା ସନା
ବକ୍ଷେ ଗଜ ମୁକ୍ତା ହାର
ଶ୍ଵେତାନୁ ଗନ୍ଧ ଲେପନା ଗଳେ ଶୋଭା
ଗଜରା ଶ୍ଵେତ ପୁଷ୍ପର
ଷୋଡୋଶପଚାରେ ତୋର ନିରାଯନା
କରୁଛୁ ଭାରତୀ ବସନ୍ତ ପଞ୍ଚମୀ
କରି ତୋର ବନ୍ଦାପନା
ଷୋଡୋଶପଚାରେ ତୋର ନିରାଯନା
କରି ତୋର ବନ୍ଦାପନା ।।
ଘେରି ରହିଅଛି ଅବିଦ୍ୟା ଅନ୍ଧାର
ସତେକି ଦୁର୍ଦ୍ଦିନ ଆଜି
ଅଜ୍ଞାନ କରାଳ ଗରଭେ ସଂସାର
ଧୀରେ ଧୀରେ ଯାଏ ବୁଡି
ଶୁଭ ଦୃଷ୍ଟିପାତେ ଆସ ଭଗବତୀ
ଅଚିରେ ଉଭେଇ ଯାଉ କାଳରାତ୍ରି
ଘେନ ଏହି ମୋ ମିନତୀ
ଶୁଭ ଦୃଷ୍ଟିପାତେ ଆସ ଭଗବତୀ
ଘେନ ଏହି ମୋ ମିନତୀ ।।
