STORYMIRROR

Prafulla Chandra Mishra

Others

3  

Prafulla Chandra Mishra

Others

ବସନ୍ତ ପଞ୍ଚମୀ

ବସନ୍ତ ପଞ୍ଚମୀ

1 min
224


ଚୋରା ବସନ୍ତର ଶୀତଳ ସମୀର

କୋଇଲିର କୁହୁ ଗୀତ

ସ୍ଵାଗତ କରୁଛି ଅୟି ମା ଶାରଦେ

ବାଇ ଜ୍ଞାନ ବୀଣା ଯନ୍ତ୍ର

ଶୁଭ ଦୃଷ୍ଟିପାତେ ମାତ ସରସ୍ଵତୀ

ଅବିଦ୍ୟା ଅଜ୍ଞାନ ଅନ୍ଧାର ଦୂରେଇ

ଝଳେ ଜ୍ଞାନାଲୋକ ଦ୍ଵିତିଏ

ଶୁଭ ଦୃଷ୍ଟିପାତେ ମାତ ସରସ୍ଵତୀ

ଝଳୁ ଜ୍ଞାନାଲୋକ ଦ୍ଵିତି।।


ଶ୍ଵେତାମ୍ଵର ଧରା ଶ୍ଵେତପଦ୍ମା ସନା

 ବକ୍ଷେ ଗଜ ମୁକ୍ତା ହାର

ଶ୍ଵେତାନୁ ଗନ୍ଧ ଲେପନା ଗଳେ ଶୋଭା

 ଗଜରା ଶ୍ଵେତ ପୁଷ୍ପର

ଷୋଡୋଶପଚାରେ ତୋର ନିରାଯନା

କରୁଛୁ ଭାରତୀ ବସନ୍ତ ପଞ୍ଚମୀ

 କରି ତୋର ବନ୍ଦାପନା

ଷୋଡୋଶପଚାରେ ତୋର ନିରାଯନା

 କରି ତୋର ବନ୍ଦାପନା ।।


ଘେରି ରହିଅଛି ଅବିଦ୍ୟା ଅନ୍ଧାର

 ସତେକି ଦୁର୍ଦ୍ଦିନ ଆଜି

ଅଜ୍ଞାନ କରାଳ ଗରଭେ ସଂସାର

 ଧୀରେ ଧୀରେ ଯାଏ ବୁଡି

ଶୁଭ ଦୃଷ୍ଟିପାତେ ଆସ ଭଗବତୀ

ଅଚିରେ ଉଭେଇ ଯାଉ କାଳରାତ୍ରି

 ଘେନ ଏହି ମୋ ମିନତୀ

ଶୁଭ ଦୃଷ୍ଟିପାତେ ଆସ ଭଗବତୀ

 ଘେନ ଏହି ମୋ ମିନତୀ ।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍