STORYMIRROR

Minakshi Samal

Others

2.5  

Minakshi Samal

Others

ବସନ୍ତ ଗାଏ ପ୍ରେମ ରାଗିଣୀ

ବସନ୍ତ ଗାଏ ପ୍ରେମ ରାଗିଣୀ

1 min
633


ବସନ୍ତର ଆଗମନେ

ଧରା ଗାଏ ପ୍ରେମ ରାଗିଣୀ

ମଳୟର ପ୍ରବାହରେ

ସୃଷ୍ଟିହୁଏ ଚୋରା ଚାହାଣୀ।

ପିକ ହଳଦୀ ବସନ୍ତ

ଗାଇଲେଣି ପ୍ରେମ ସଂଗୀତ

ଆମ୍ରକୁଞ୍ଜେ ବଉଳର

ଶୋଭା ଦିଶେ ବଡ ଅଦ୍ଭୁତ।


ରଙ୍ଗର ବର୍ଣ୍ଣାଳୀ ଛଟା

ବନ ଏବଂ ଉପବନରେ

ପୁଷ୍ପର ସମ୍ଭାର ଦେଖି

ଶିହରଣ ହୃଦ କନ୍ଦରେ।


ଫଗୁଣର ଫଗୁ ରଂଗେ

ରଙ୍ଗୀନଯେ ଧରଣୀ ରାଣୀ

ହୋଲୀ ଖେଳିବେ ସକଳେ

ଆବାଳ ବୃଦ୍ଧ ଓ ତରୁଣୀ।

ବସନ୍ତ ରାସେ ମଗନ

କାମନା ବନ୍ହିରେ ଯୌବନ

ଉନ୍ମତ୍ତ ପ୍ରେମୀ ଯୁଗଳ

ଇଛନ୍ତି ଏକାନ୍ତେ ମିଳନ।


ମନ୍ଦ୍ର....ମଧ୍ୟ.....ତୀବ୍ର......ତିନି

ଲୟରେ ପ୍ରେମର ପ୍ରଗତି

ତରୁଣ ଯୁବ ଓ ପ୍ରୌଢ଼

ସଭିଁଙ୍କର ସମାନ ସ୍ଥିତି।


ପ୍ରେମୀ ଯୁଗଳଙ୍କ ଚକ୍ଷୁ

ପ୍ରଣୟର ଦିଏ ଇଶାରା

ହୃଦୟର ଉନ୍ମାଦନା

ଝରାଏ କାମନାର ଧାରା।


ଅମୂଲ୍ୟ ରତନପ୍ରେମ

ପ୍ରକୃତିର ଏଉପହାର

ସନାତନ ଚିରନ୍ତନ

ଅମ୍ଲାନ ଅଜର ଅମର।

*** ମିନାକ୍ଷୀ ସାମଲ ***

Prayrana Abasan,1/A,1st floor,

Purbapara,Kestopur,Kolkata-102 .

Mb No-7980250037















Rate this content
Log in