STORYMIRROR

Minakshi Samal

Others

2  

Minakshi Samal

Others

ବସନ୍ତ ବିରାଜିଲା

ବସନ୍ତ ବିରାଜିଲା

1 min
519


***ବସନ୍ତ ବିରାଜିଲା***

ବସନ୍ତ ର ଆଗମନ ହୋଇଲା
ବନ କାନନରେ ପିକ ଗାଇଲା
ବାଗ ବଗିଚାରେ ପୁଷ୍ପ ସମ୍ଭାର
ବନାନୀ ପିନ୍ଧିଲା ଫୁଲର ହାର ସେ
ବହୁ ମନୋହର ଶୋଭା ଯେ
ବର୍ଣ୍ଣନା କରିବା ସହଜ ନୁହେଁ ସେ ଶୋଭା ଵଡ ମନଲୋଭା ଯେ ।

ବଉଳର ସମାଗମ ହୋଇଲା
ବଦରୀ ରେ ବୃକ୍ଷ ଡାଳ ଶୋଭିଲା
ବଉଦ ନଭ ରୁ ହେଲେ ଉଭାନ
ବହିଲା ସଧୀରେ ମନ୍ଦ ପବନ ସେ
ବୃକ୍ଷେ ହଳଦିବସନ୍ତ ଯେ
ବଜାଇଲା ଶୁଭ ଶଙ୍ଖ ଏଭଳି ଯେ ବନଭୂମି ପ୍ରକମ୍ପିତ ଯେ।

ବଧୂବେଶ ସାଜି ଗ୍ରାମ୍ୟ ଲଳନା
ବଡ କମନୀୟ ତାର ଭଙ୍ଗିମା
ବିବାହ ବନ୍ଧନେ ବାନ୍ଧି ହୋଇଲା
ବର ପକ୍ଷଙ୍କୁ ନିଜର କରିଲା ସେ
ବିରହ ବେଦନା ସହି ଯେ
ବ୍ୟଥିତ ହୃଦୟେ ରଜନୀ କାଟିଲା ହୃଦକୁ ନିଜର ଦହି ଯେ।

ବାଗ୍ ଦେବୀ ବିଜେ କରିଲେ ଧରାରେ
ବାଣୀପୁଜନ ଯେ ସଭିଏଁ କଲେ
ବିଦ୍ୟାଳୟ ସଜାଇଲେ ଯତନେ
ବାଣ୍ଟିକରି ଭୋଗ ଖାଇ ପ୍ରସନ୍ନେ ସେ
ବସିକରି ପଂଗତରେ ଯେ
ବଡ଼ଚକା ପକେଇ ଭୋଜି ଖାଇଲେ ମଗନ ହୋଇ ଖୁସିରେ ଯେ।

ବସନ୍ତ ର ବ୍ୟାଧି ଗ୍ରାସ କରିଲା
ବଇଦ ବାପୁଡା ବ୍ୟସ୍ତ ହୋଇଲା
ବଣମଉଷଧୀ ଯୋଗାଇଦେଲା
ବଇରୀ ଶରୀରୁ ଘଉଡ଼ାଇଲା ସେ
ବଡ଼ ଦାଉସାଧେ ରୋଗ ଯେ
ବାସୁଳେଇଙ୍କ ପାଖେ କୋଟି ଜୁହାର କରନ୍ତି ଲଗାଇ ଭୋଗ ଯେ।

ବାରମାସେ ତେର ଯାତରା ଆସେ
ବରଷକେ ଥରେ ହୋଲୀ ପ୍ରବେଶେ
ବୋଳିହୋଇ ଅଙ୍ଗେ ରଙ୍ଗ ଅବିର
ବିଭୋର ହୁଅନ୍ତି ପ୍ରେମେ ସକଳ ସେ
ବର୍ଜନ୍ତି ଶତ୍ରୁତା ଭାବ ଯେ
ବଳୀ ଦେଇ ସଂକୀର୍ଣ୍ଣ ମନୋଭାବକୁ ବଢ଼ାନ୍ତି ଭ୍ରାତୃର ଭାବ ଯେ।

*** ମିନାକ୍ଷୀ ସାମଲ ***










Rate this content
Log in