Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binay Mohapatra

Others

3  

Binay Mohapatra

Others

ବସନ୍ତ ଆସିଲା

ବସନ୍ତ ଆସିଲା

1 min
161


ବସନ୍ତ ଆସିଲା,

ଆନନ୍ଦରେ ପୁଲ୍ଲକିତ,

ହରଷିତ ଉପବନ,

ପବନର ଝୁଲାରେ ଝୁଲି,

ଏକ ଆରେକର କାନେ

ଚୁପି ଚୁପି କହିଦେଲା,

ହେ ଜାଣିଛ, ବସନ୍ତ ଆସିଲା !

ଏଇ ଦେଖ ନାଲି ନାଲି

ଗୁଜୁରୀ ଆସୁଛି ନବ କିଶଳୟ,

ପ୍ରତି ଡାଳେ ଡାଳେ କେତେ ଫୁଲ କଢି

ଆକାଶରେ ଚମକକ୍ ତାରା ପରି ।

ଟିକେ ଚୁପ୍ ରୁହ, ଆଉ ଅନୁଭବ କର,

ମଳୟର ମୃଦୁ ମୃଦୁ ପରଶକୁ

ପବନର ଉଷ୍ମତାର ।

ଆଉ ଦିନ କେଇଟାରେ,

ଶୀତ ଚାଲିଯିବ ତାର ଆପଣା ବାଟରେ,

ବସନ୍ତ ଆସିବ, ଖେଳିଯିବ ନବ ଉନ୍ମାଦନା

ବୃକ୍ଷରେ ବୃକ୍ଷରେ, ଲତା ଆଉ ପାଦପରେ ।

କଳିକା ଯେତେକ ଫୁଲ ଫୁଟିଯିବ,

ଆମ୍ବ ବଉଳର ମଧୂର ମହକ

ମହୁଆର ମଦହୋସ ବାସ୍ନା

ଚଉଦିଗେ ମହକି ଉଠିବ ।

ଶୋରିଷ ସୂର୍ଯ୍ୟମୂଖୀ

ହଳଦିଆ ଶାଢୀରେ ସାଜିବେ,

କୃଷ୍ଣଚୁଡା ବି ଫୁଲେଇ ହେବ

ନାଲି ନାଲି ତାର ଶାଢୀର ଚମକ ଦେଖାଇ,

ଧରିତ୍ରୀ ରାଣୀ ବି ସବୁଜ ଶାଢିରେ

ତନୁ ତା' ସଜାଇ, ରଙ୍ଗ ବେରଙ୍ଗି ଫୁଲର

ଛିଟପକା ଧଡି ଦେଖାଇବ ।

ମଳୟ ଆସିବ, ବଡ ଦୁଷ୍ଟ ସିଏ,

ଛୁଇଁଯିବ ଯେତେ କୁଆଁରୀ କଳିକାର ଦେହ,

କୁତୁ କୁତୁ କରିଯିବ ଏ ଫୁଲକୁ ସେ ଫୁଲକୁ

ଭ୍ରମର ତ ଇର୍ଷାରେ ଜଳିବ,

ହେଲେ ଚଗଲା ମଳୟ,

ଫଗୁଣରେ ଆହୁରି ମତୁଆଲା ହେଉଥିବ ।

କୋଇଲି ଆସିବ କୁହୁ କୁହୁ ଗୀତ ଗାଇ

ମୋହି ନେବ ସବୁରି ମନ ସେ,

ବସନ୍ତ ଆସିବ ରଙ୍ଗ ସଙ୍ଗେ ମହକ ଆଣିବ

ଧୀର ଧୀର ମୃଦୁ ମଳୟରେ,

କୋଇଲିର କୁହୁତାନ ଶୁଷ୍କ ପ୍ରାଣେ ଭରିଦେବ

ପ୍ରଣୟର ସଂଜୀବନି ଦେଇଯିବ ।

ସ୍ୱାଗତଂ ହେ ପ୍ରେମର ବସନ୍ତ,

ତୁମ ଆଗମନ ପାଇଁ ଏ ସକଳ ସୃଷ୍ଟି

ବାହୁ ମେଲି ଅନାଇ ବସିଛି,

ତୁମ ମଧୁ ଆଲିଙ୍ଗନର ଆଶା ସଂଯୋଗୀ ରଖିଛି ।


Rate this content
Log in