ବରଯାତ୍ରୀ
ବରଯାତ୍ରୀ
1 min
120
ଚାଲ ସାଙ୍ଗ ଆମେ ମଦ ପାଣି ପିଇ
ବରଯାତ୍ରୀ ସାଜି ଯିବା
ରୁମାଲ କାମୁଡି ନାଗିନି ଗୀତରେ
ଶିରୀଦେବୀ ବନିଯିବା (1)
ବରଯାତ୍ରୀ ହେଲେ ବୟସ ଚଳେନି
ସଭିଏଁ ଚିରକୁମାର
ଯେତେ ଝିଅ ଥିବେ ଷୋଳଠୁ ଅଠର
ସଭିଏଁ ଶାଳୀ ଆମର (2)
ଯେତେ ଭଲ ହେଉ ଖାଇବା ଜିନିଷ
ଖାଇସାରି ଫୋପାଡିବା
ଝିଅର ବାପକୁ ଗାଳି ମନ୍ଦ କରି
ଆପଣା ବାଟ ଧରିବା (3)
ସାତ ପୁରୁଷକୁ ବନ୍ଧୁ କରିଛନ୍ତି
(ଆମେ) କରିବା ଏମିତି କାମ
ସାତ ମିନିଟିରେ ବୋବାଲ କରିବା
ଭୁଲିବେନି ସାତ ଜନ୍ମ (4)
