STORYMIRROR

Pramod Kumar Jena

Others

3  

Pramod Kumar Jena

Others

ବରଯାତ୍ରୀ

ବରଯାତ୍ରୀ

1 min
112

ଚାଲ ସାଙ୍ଗ ଆମେ    ମଦ ପାଣି ପିଇ

ବରଯାତ୍ରୀ ସାଜି ଯିବା

ରୁମାଲ କାମୁଡି       ନାଗିନି ଗୀତରେ

ଶିରୀଦେବୀ ବନିଯିବା (1)


ବରଯାତ୍ରୀ ହେଲେ    ବୟସ ଚଳେନି

ସଭିଏଁ ଚିରକୁମାର

ଯେତେ ଝିଅ ଥିବେ  ଷୋଳଠୁ ଅଠର

ସଭିଏଁ ଶାଳୀ ଆମର (2)


ଯେତେ ଭଲ ହେଉ   ଖାଇବା ଜିନିଷ

ଖାଇସାରି ଫୋପାଡିବା

ଝିଅର ବାପକୁ        ଗାଳି ମନ୍ଦ କରି

ଆପଣା ବାଟ ଧରିବା (3)


ସାତ ପୁରୁଷକୁ       ବନ୍ଧୁ କରିଛନ୍ତି

(ଆମେ) କରିବା ଏମିତି କାମ

ସାତ ମିନିଟିରେ       ବୋବାଲ କରିବା

ଭୁଲିବେନି ସାତ ଜନ୍ମ (4)



Rate this content
Log in