STORYMIRROR

Sarada Parida

Others

4  

Sarada Parida

Others

ବର୍ତ୍ତମାନ

ବର୍ତ୍ତମାନ

1 min
27.8K


ପଟା  ପଟା କୃଷ୍ଣଚୂଡାର ଫୁଲ

ଟିପି ଟିପି ପ୍ରଜାପତି

କେଉଁ ମୋହିନୀ ରୂପସୀର ପାଟ ଶାଢୀ

ରଙ୍ଗ ଖେଳ ହୁଏ

ମନରେ ଦେହରେ

ଥରେ ଦେଖିଦେବା ପରେ ।

ସ୍ଵପ୍ନ ନିରର୍ଥକ

କିଏ ଜାଣେ ତା’ର ବାସ୍ତବିକତା

ମୋ ପାଶେ ଏଇତ ବର୍ତ୍ତମାନ

କିଏ ଜାଣେ ଭବିଷ୍ୟତ

ମୋତେ ଏଇ କ୍ଷଣ ବଞ୍ଚିବାକୁ ହେବ । 

କାଲି  ହୁଏତ ମୁଁ ଥିବି କି ନଥିବି 

ତୁ ଥିବୁ କି ନଥିବୁ

ଏଇ ଆଖିସାମ୍ନାରେ ବର୍ତମାନ

ସାଉଣ୍ଟି ନେ ଏଇ ମୋହିନୀ କୁ

ସ୍ମୃତି କରି ହୃଦୟରେ

ସମ୍ପଦ ସେ ଆଗାମୀ କାଲିର

କିଏ ଜାଣେ କାଲି  ଝଡ ଆସିପାରେ

କୃଷ୍ଣଚୂଡା ଝାଡିପାରେ ତା’ର ଫୁଲ ସବୁ

ପ୍ରଜାପତି ଉଡିଯାଇପାରେ

ମୋତେ ସେଇକ୍ଷଣି ବଞ୍ଚିବାକୁ ହେବ ।

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍